ମହିଳା ଏସିଆ କପ୍ ; ପାକିସ୍ତାନକୁ ହରାଇ ଫାଇନାଲରେ ଭାରତ

ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚ ସର୍ବଦା ରୋମାଞ୍ଚକର ହୋଇଥାଏ। ଆଜି ଖେଳାଯାଇଥିବା ଟି-୨୦ ଏସିଆ କପ୍ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଦଳ ଏକତରଫା ଭାବେ ପାକିସ୍ତାନକୁ ହରାଇ ଫାଇନାଲରେ ପହଞ୍ଚିଛି। ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ୱିକେଟ ହରାଇ ୭୨ ରନ୍ କରିବାକୁ ସକ୍ଷମ ହୋଇଥିଲା।

ଏମିତିକି ଭାରତୀୟ ବୋଲରଙ୍କ ମାପଚୁପ ବୋଲିଂ ଆଗରେ ପାକ୍ ଟିମ୍‌ର ୭ ଜଣ ବ୍ୟାଟ୍ସମ୍ୟାନ ୨ଅଙ୍କ ବି ଛୁଇଁ ପାରିନଥିଲେ। ପାକିସ୍ତାନ ପକ୍ଷରୁ ସନା ମିର ୨୦ ରନ କରିଛନ୍ତି। ମିତାଲି ରାଜ ଓ ଶର୍ମାଙ୍କ ଓ୍ୱିକେଟ ଜରିଆରେ ଭାରତକୁ ଆରମ୍ଭରୁ ଝଟକ୍କା ଲାଗିଥିଲା, ଯାହାକି ସେମାନେ ଖାତା ଖୋଲିପାରିନଥିଲେ। ପରେ ହରମନପ୍ରିତ୍ କୌରଙ୍କ ୩୪ ନଟଆଉଟ ଓ ମନ୍ଧାନାଙ୍କ ୩୮ ରନ ବଳରେ ଭାରତକୁ ସହଜ ବିଜୟ ମିଳିପାରିଥିଲା। ଭାରତ ପକ୍ଷରୁ ୩ ଓ୍ୱିକେଟ ନେଇଥିବା ଏକତା ବିଷ୍ଟଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ ଘୋଷଣା କରାଯାଇଛି।

 

 

You might also like
Comments
Loading...