ପ୍ରଥମ ମହିଳା ଟି-୨୦ରେ ଭାରତ ବିଜୟୀ

ସୁରତ: ଦୀପ୍ତି ଶର୍ମାଙ୍କ ଘାତକ ବୋଲିଂକୁ ଆଧାର କରି ଭାରତୀୟ ମହିଳା ଟିମ୍ ଏଠାରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୧୧ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ମହିଳା ଟିମ୍ ୮ ୱିକେଟରେ ୧୩୦ ରନ୍ କରିଥିଲା।

ଭାରତ ପକ୍ଷରୁ କ୍ୟାପଟେନ୍ ହରମନପ୍ରୀତ କୌର୍ ସର୍ବାଧିକ ୪୩ (୩୪ ବଲ୍, ୩ ଚୌକା, ୨ ଛକା) ରନ୍ କରିଥିବା ବେଳେ ସ୍ମୃତି ମନ୍ଧାନା ୨୧, ଜେମିମା ରୋଡ୍ରିଗ୍ସ ୧୯, ଦୀପ୍ତି ଶର୍ମା ୧୬, ବେଦ କ୍ରିଷ୍ଣମୂର୍ତ୍ତି ୧୦, ତାନିୟା ଭାଟିଆ ଅପରାଜିତ ୧୧ ଓ ଶିଖା ପାଣ୍ଡେ ଅପରାଜିତ ୩ ରନ୍ କରିଥିଲେ। ଦକ୍ଷିଣ ଆଫ୍ରିକା ମହିଳା ଟିମ୍ ପକ୍ଷରୁ ଶବନିମ୍ ଇସମାଇଲ୍ ୩ଟି ଓ ଡି କ୍ଲର୍କ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ଦକ୍ଷିଣ ଆଫ୍ରିକା ୧୯.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ କରିବାକୁ ସକ୍ଷମ ହୋଇଛି। ଭ୍ରମଣକାରୀ ଟିମ୍ ପକ୍ଷରୁ ମିଗନନ୍ ଡୁ’ପ୍ରିଜ୍ ସର୍ବାଧିକ ୫୯ (୪୩ ବଲ୍, ୪ ଚୌକା, ୩ ଛକା) ରନ୍ କରିଥିବା ବେଳେ ଲିଜେଲ୍ ଲି’ ୧୬ ଓ ଲୌରା ଉଲଭାର୍ଟ ୧୪ ରନ୍ କରିଥିଲେ। ଭାରତ ପକ୍ଷରୁ ଦୀପ୍ତି ୪ ଓଭରରେ ୩ ମେଡେନ୍ ସହ ୮ ରନ୍ ଦେଇ ୩ଟି ୱିକେଟ୍ ନେଇଥିବା ବେଳେ ଶିଖା ପାଣ୍ଡେ, ପୁନମ ଯାଦବ ଓ ରାଧା ଯାଦବ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଆହୁରି ପଢ଼ନ୍ତୁ

ବଡ଼ ଭୁଲ୍ କରିଦେଲେ ରବିନ୍ ଉଥାପ୍ପା! ଭାଙ୍ଗିଲେ ଆଇସିସି ଗାଇଡଲାଇନ୍

ରାଜସ୍ଥାନ ଆଗରେ ୧୭୫ ରନର ଟାର୍ଗେଟ୍ ରଖିଲା କେକେଆର୍

ଟସ୍ ଜିତିଲେ ସ୍ମିଥ୍, ପ୍ରଥମେ ବ୍ୟାଟିଂ କରିବ କେକେଆର୍

ପୁଣି ଚମକିଲା ଦିଲ୍ଲୀ ବୋଲିଂ, ହାଇଦ୍ରାବାଦ ୧୬୨/୪

ଟସ୍ ଜିତିଲା ଦିଲ୍ଲୀ, ଫେରିଲେ ଈଶାନ୍ତ ଶର୍ମା

ମୁସଲିମ୍ କ୍ରିକେଟର୍‌ଙ୍କ ଉପରେ ଢାଳିଲେ ବିଅର୍, ଆଉ ତା’ ପରେ…

ମାତ୍ର ୧୦ ମ୍ୟାଚ୍‌ରେ ୧୫୩ ଛକା

ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

You might also like