
ଟି-୨୦ ସିରିଜ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ
ଓକ୍ଲାଣ୍ଡ୍: ଟି-୨୦ ସିରିଜ୍ ହାରିଲା ଭାରତୀୟ ମହିଳା କ୍ରିକେଟ୍ ଦଳ। ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡ ଭାରତକୁ ୪ ଓ୍ୱିକେଟରେ ପରାସ୍ତ କରି ୩ ଟିକିଆ ସିରିଜ୍ରେ ୨-୦ରେ ଆଗୁଆ ରହିଛି। ତେବେ ମ୍ୟାଚ୍ଟି ଖୁବ୍ ରୋମାଞ୍ଚକର ହୋଇଥିଲା। ମ୍ୟାଚରେ ଶେଷ ବଲରେ ଭାରତକୁ ପରାସ୍ତ କରିବାରେ ସଫଳ ହୋଇଥିଲା ଘରୋଇ ଦଳ।
୧୩୬ ରନ୍କୁ ପିଛା କରୁଥିବା ଘରୋଇ ଦଳ ୨୦ ଓଭରର ଶେଷ ବଲରେ ବିଜୟ ହାସଲ କରିଛି। ଦଳ ପକ୍ଷରୁ ସୁଜୁଇ ବଟ୍ସ ସର୍ବାଧିକ ୬୨ ରନ୍ ସଂଗ୍ରହ କରିଥିଲେ।
ଆଜି ସକାଳ ଟସ୍ ଜିତି ପ୍ରଥମ ବୋଲିଂ କରିବା ପାଇଁ ନିଷ୍ପତ୍ତି ନେଇଥିଲା ଘରୋଇ ନ୍ୟୁଜିଲ୍ୟାଣ୍ଡ୍। ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍ ଖେଳି ୧୩୫ ରନ୍ କରିପାରିଥିଲା।
ଭାରତ ପକ୍ଷରୁ ଜେମିମାହ ରୋଡ୍ରିଗ୍ୟୁଜ୍ ସର୍ବାଧିକ ୭୨ ରନ୍ କରିଥିବା ବେଳେ ପ୍ରଥମ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିବା ସ୍ମୃତି ମାନ୍ଧାନା ୨୭ଟି ବଲରୁ ୩୬ ରନ୍ କରିଥିଲେ।
ଏହି ଦୁଇ ଜଣଙ୍କୁ ଛାଡ଼ି ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ୍ ୨ ଅଙ୍କ ଛୁଇଁପାରି ନଥିଲେ। ପ୍ରଥମ ଟି-୨୦ ମ୍ୟାଚ୍ରେ ୨୩ରନ୍ରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ।