ଭାରତକୁ ମିଳିଲା ଆଉ ଏକ ସ୍ୱର୍ଣ୍ଣ

ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଆନ ଗେମ୍ସରେ ଭାରତକୁ ଅାଉ ଏକ ସ୍ୱର୍ଣ୍ଣ ପଦକ ମିଳଇଛି। ଜାଭେଲିନ୍ ଥ୍ରୋରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ସେପଟେ ଦୌଡ଼କୁଦରେ ଅାଜି ଅାଉ ୩ଟି ରୌପ୍ୟ ପଦକ ଜିତିଛି ଭାରତ। ୪ଶହ ମିଟର ପୁରୁଷ ହର୍ଡଲ୍ସରେ ଧାରୁନ ଅାୟାସାମିଙ୍କୁ ରୌପ୍ୟ ମିଳିଛି। ମହିଳା ୩ ହଜାର ମିଟର ଷ୍ଟିପଲଚେଜ୍‌ରେ ସୁଧା ସିଂହ ହାସଲ କରିଛନ୍ତି ସିଲଭର୍।

ମହିଳା ଲଙ୍ଗ ଜମ୍ପରେ ନୀନା ଭରାକିଲ ମଧ୍ୟ ହାତେଇଛନ୍ତି ସିଲଭର। ସେପଟେ ବ୍ୟାଡମିଣ୍ଟନରେ ଇତିହାସ ରଚିବା ଠାରୁ ମାତ୍ର ଗୋଟିଏ ପଦକ ଦୁରରେ ଅଛନ୍ତି ପି.ଭି. ସିନ୍ଧୁ। ସେମିଫାଇନାଲରେ ଜାପାନ ପ୍ରତିପକ୍ଷଙ୍କୁ ହରାଇ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ପ୍ରବେଶ କରିଛନ୍ତି ସିନ୍ଧୁ। ତେବେ ଅାଜି ଅନ୍ୟ ଏକ ସେମି ଫାଇନାଲରେ ଭାରତର ଅନ୍ୟତମ ଷ୍ଟାର ଶଟଲର ସାଇନା ନେହ୍ୱାଲ ପରାସ୍ତ ହୋଇ କାଂସ୍ୟ ପଦକ ହାସଲ କରିଛନ୍ତି। ୧୯୮୨ ଦିଲ୍ଲୀ ଏସିଅାଡ ପରଠାରୁ ଭାରତ ବ୍ୟାଡମିଣ୍ଚନରେ କୌଣସି ପଦକ ହାସଲ କରିନଥିଲା।

You might also like