ନଟିଂହାମ୍ ଟେଷ୍ଟ୍ ଜିତି ସିରିଜ୍କୁ କମ୍ ବ୍ୟାକ୍ କଲା ଟିମ୍ ଇଣ୍ଡିଆ
ଲଣ୍ଡନ: ନଟିଂହାମ୍ରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ୍ରେ ଟିମ୍ ଇଣ୍ଡିଆ ବୃହତ ବିଜୟ ହାସଲ କରିଛି। ଏଥିସହ ସିରିଜ୍କୁ କମ୍ ବ୍ୟାକ୍ କରିବାରେ ସଫଳ ହୋଇଛି। ପ୍ରଥମ ଇନିଂସ୍ରେ ଅଲରାଉଣ୍ଡର ହାର୍ଦ୍ଦିକ ଓ ଦ୍ୱିତୀୟ ଇନିଂସ୍ରେ ଯଶପ୍ରୀତ୍ ବୁମ୍ରା, ପ୍ରତ୍ୟେକ ୫ଟି ଲେଖାଏ ୱିକେଟ୍ ନେଇ ଏହି ବିଜୟର ମଙ୍ଗୁଆଳ ସାଜିଛନ୍ତି।
India win the 3rd Test by 203 runs.#ENGvIND pic.twitter.com/YkNJjsGRlQ
— BCCI (@BCCI) 22 August 2018
ଯେଉଁଥିପାଇଁ ଟିମ୍ ଇଣ୍ଡିଆ ଘରୋଇ ଇଂଲିଶ ଟିମ୍କୁ ଏକ ବଡ଼ ବ୍ୟବଧାନ୨୦୩ ରନ୍ରେ ପରାସ୍ତ କରିଛି।
ଦ୍ୱିତୀୟ ପାଳିରେ ୫୨୧ ରନ୍କୁ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଘରୋଇ ଦଳ ୩୧୭ ରନ୍ରେ ଅଲଆଉଟ୍ ହୋଇଛି। ଭାରତ ପକ୍ଷରୁ ଅଶ୍ୱିନ ଶେଷ ୱିକେଟ୍ ନେଇ ଦଳକୁ ସିରିଜ୍ର ପ୍ରଥମ ବିଜୟ ଦେଇଛନ୍ତି। ଏହି ବିଜୟ ସହ ଚଳିତ ଇଂଲଣ୍ଡ ବିପକ୍ଷ ୫ଟିକିଆ ସିରିଜ୍ରେ ଭାରତର ସ୍ଥିତି ୧-୨କୁ ଆସିଛି।