ଏସିଆନ୍ ଗେମ୍‌ସ: କୁସ୍ତିରେ ସ୍ୱର୍ଣ୍ଣ ଜିତିଲେ ଭିନେଶ, ଭାରତର ପଦକ ସଂଖ୍ୟା ୫

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ। ଦ୍ୱିତୀୟ ଦିନରେ ଭାରତ କୁସ୍ତିରେ ସ୍ୱର୍ଣ୍ଣ ପଦକ ଜିତିଛି। ଭାରତ ପାଇଁ ଭିନେଶ ଫୋଗାଟ ଏହି ଗୌରବ ଆଣିଛନ୍ତି। ଏଥିସହିତ ଭାରତର ସ୍ୱର୍ଣ୍ଣ ପଦକ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ସେହିପରି ଆଜି ଶୁଟିଂରେ ଭାରତକୁ ୨ଟି ରୌପ୍ୟ ପଦକ ମିଳିଥିଲା। ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଓ ଦୀପକ କୁମାର ଏହି ପଦକ ଜିତିଥିଲେ।

ଭିନେଶ ସ୍ୱର୍ଣ୍ଣ ପଦକ ଜିତିବା ପରେ ଚଳିତ ଏସିଆନ୍‌ ଗେମ୍ସରେ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଛି। ବର୍ତ୍ତମାନ ସୁଦ୍ଧା ଭାରତ ୨ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ କାଂସ୍ୟ ପଦକ ହାସଲ କରିଛି।

You might also like