ଅଢ଼େଇ ଦିନରେ ଲଢ଼େଇ ଶେଷ, ମ୍ୟାଚ୍ ଜିତିଲା ଭାରତ

ରାଜକୋଟ: ରାଜକୋଟରେ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଖେଳାଯାଉଥିବା ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଟିମ୍ ଇଣ୍ଡିଆ ବିଜୟ ହୋଇଛି। ମାତ୍ର ଅଢେଇ ଦିନରେ ଲଢ଼େଇରେ ମାଟି କାମୁଡ଼ିଛି କାରିବିଆନ୍ ଟିମ୍। ବିରାଟ ବାହିନୀ ଏହି ମ୍ୟାଚ୍‌କୁ ଏକ ଇନିଂସ ୨୭୨ ରନ୍‌ରେ ଜିତି ନେଇଛି।

ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ୍‌ ୬୪୯ର ବିଶାଳ ସ୍କୋର୍‌ କରିଥିଲା। ଆଉ ଏହାର ପିଛା କରିବାକୁ ଯାଇ ଧରାଶାୟୀ ହୋଇପଡ଼ିଥିଲ ଭମ୍ରଣକାରୀ ଦଳ।

ଗତକାଲି ଖେଳ ଶେଷ ସୁଦ୍ଧା କାରିବିଆନ୍ ଟିମ୍ ସମ୍ମୁଖରେ ଥିଲା ୫୫୫ ରନ୍‌ର ବିଶାଳ ଲକ୍ଷ୍ୟ। ଯାହାକୁ ପିଛା କରି ୱେଷ୍ଟଇଣ୍ଡିଜ୍ ଟିମ୍ ୧୮୧ ରନ୍‌ରେ ଅଲ୍ ଆଉଟ୍ ହୋଇଯାଇଥିଲା।

ଫଲ୍ଓନ୍ ପରେ ପୁଣି ଥରେ ବ୍ୟାଟିଂ ପାଇଁ ଆସିଥିବା ୱେଷ୍ଟଇଣ୍ଡିଜ୍ ବ୍ୟାଟ୍ସମ୍ୟାନ୍ ଭାରତୀୟ ବୋଲର୍‌ଙ୍କ ସମ୍ମୁଖରେ ବେଶି ସମୟ ତିଷ୍ଠି ପାରି ନଥିଲେ। ଚାହୁଁ ଚାହୁଁ ତାସ ପତ୍ତା ଭଳି ଭୁଶୁଡ଼ି ପଡିଥିଲା କାରିବିଆନ୍ ବ୍ୟାଟିଂ ଲାଇନ୍। ମାତ୍ର ୧୯୬ ରନ୍‌ରେ କରିବାରେ ସକ୍ଷମ ହୋଇଥିଲା ଦଳ।

ୱେଷ୍ଟଇଣ୍ଡିଜର ଦ୍ୱିତୀୟ ଇନିଂସରେ କ୍ୟାରେନ୍ ପୋଲାଡ୍ ସର୍ବାଧିକ ୮୩ ରନ୍ କରିବାରେ ସଫଳ ହୋଇଛନ୍ତି।

ତେବେ ଟିମ୍‌ ଇଣ୍ଡିଆର ଏହି ମ୍ୟାଚ୍‌ ଜିତିବା ପଛରେ  ମୁଖ୍ୟ ଭୂମିକା ଥିଲା ସ୍ପିନ୍‌ରଙ୍କର।  ପ୍ରଥମ ଇନିଂସ ଭଳି ଦ୍ୱିତୀୟ ପାଳିରେ ବି ସ୍ପିନର୍‌ଙ୍କ ଯାଦୁ ରାଜକୋଟ ପଡ଼ିଆରେ ଦେଖିବାକୁ ମିଳିଛି।

କୁଲଦୀପ ଯାଦବ ଦ୍ୱିତୀୟ ଇନିଂସରେ ୫ଟି ୱିକେଟ୍ ନେଇ ଇତିହାସ ରଚିଛନ୍ତି। ସବୁ ଫର୍ମାଟରେ ୫ଟି ୱିକେଟ୍ ନେବାରେ ଭୁବନେଶ୍ୱର ପରେ କୁଲଦୀପ ହେଉଛନ୍ତି ଦ୍ୱିତୀୟ ଭାରତୀୟ। ସେହିଭଳି ରାଜକୋଟ ଟେଷ୍ଟରେ ରବୀନ୍ଦ୍ର ଜାଡେଜାଙ୍କୁ ୩ଟି ଓ ଅଶ୍ୱିନ୍‌ଙ୍କୁ ୨ଟି ୱିକେଟ୍ ମିଳିଛି।

ତେବେ ଟେଷ୍ଟମ୍ୟାଚ୍‌ରେ ଡେବ୍ୟୁ କରିଥିବା ପୃଥ୍ୱୀ ଶ’ ୧୩୪ ରନ୍‌ର ଇନିଂସ୍‌ ଖେଳିଥିବାରୁ ତାଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଛି। ଏହି ସିରିଜ୍‌ର ଦ୍ୱିତୀୟ ତଥା ଅନ୍ତିମ ମ୍ୟାଚ୍‌ ୧୨ ତାରିଖରେ ହାଇଦ୍ରାବାଦ୍‌ରେ ଖେଳାଯିବ।

 

You might also like