ଭାରତର ଚିତ୍ତାକର୍ଷକ ବିଜୟ

କୋଲକାତା : ପ୍ରଥମ ଟି-୨୦ରେ ଭାରତର ରୋମାଞ୍ଚକର ବିଜୟ । ୱେଷ୍ଟଇଣ୍ଡିଜ୍‌କୁ ୫ ୱିକେଟ୍‌ରେ ହରାଇଲା ଭାରତ । ଇଡେନ ଗାର୍ଡେନ୍‌ ଷ୍ଟାଡିୟମ୍‌ରେ ଟି-୨୦ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ଓ୍ଵିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ କରିଥିଲା।

ଏହାର ଜବାବରେ ୧୧୦ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଭାରତ ୧୭.୫ ଓଭରରେ ୫ୱିକେଟ୍‌ରେ ମ୍ୟାଚ୍‌ରେ ବିଜୟ ହାସଲ କରିଛି। ଏହା ସହ ଚଳିତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି।

ଭାରତ ପକ୍ଷରୁ ଦିନେଶ କାର୍ତ୍ତିକ ଅପରାଜିତ ୩୧ ରନ୍‌ ସଂଗ୍ରହ କରିଥିବା ବେଳେ କ୍ରୁନାଲ ପାଣ୍ଡ୍ୟା ଅପରାଜିତ ୨୧ ରନ୍‌, ମନୀଷ ପାଣ୍ଡେ ୧୯ ରନ୍‌ କରିଛନ୍ତି। ସେହିଭଳି ଲୋକେଶ ରାହୁଲ ୧୬ ରନ୍‌ ସଂଗ୍ରହ କରିଥିବା ବେଳେ ଅଧିନାୟକ ରୋହିତ ଶର୍ମା ୬ ରନ୍‌, ଶିଖର ଧାଓ୍ଵନ ୩ ରନ୍‌ ଓ ଋଷଭ ପନ୍ତ ୧ ରନ୍‌ କରିଛନ୍ତି।

You might also like
Comments
Loading...