୩-୦ରେ ସିରିଜ ପୋଛି ନେଲା ଟିମ୍ ଇଣ୍ଡିଆ
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ବୃହତ ରାଞ୍ଚି ବିଜୟ। ଦକ୍ଷିଣ ଆଫ୍ରିକା ବିପକ୍ଷ ଶେଷ ଟେଷ୍ଟରେ ବିଶାଳ ବିଜୟ ସହ ସିରିଜକୁ ୩-୦ରେ କ୍ଲିନ୍ ସୁଇପ୍ କରିଛି ଟିମ୍ ଇଣ୍ଡିଆ। ରା଼୍ଞ୍ଚି ଟେଷ୍ଟକୁ ଗୋଟିଏ ଇନିଂସ ଏବଂ ୨୦୨ରନରେ ଜିତି ନେଇଛି ଟିମ୍ ଇଣ୍ଡିଆ।
ରାଞ୍ଚି ଟେଷ୍ଟର ଚତୁର୍ଥ ଦିନରେ ବିଜୟ ହାସଲ କରିଛି ଭାରତ ଟିମ୍ ଇଣ୍ଡିଆ। ପ୍ରଥମ ଇନିଂସରେ ୪୯୭ରନ କରି ପାଳି ଘୋଷଣା କରିଥିଲା। ଏହାପରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ମାତ୍ର ୧୬୨ ରନ କରି ଅଲ ଆଉଟ ହୋଇଥିଲା । ପରେ ଦକ୍ଷିଣ ଆଫ୍ରିକାକୁ ଫଲୋଅନ ଦେଇଥିଲା ଭାରତ ।
ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ମାତ୍ର ୧୩୩ରନରେ ସମସ୍ତ ଓ୍ୱିକେଟ ହରାଇବା ସହ ମ୍ୟାଚ ହରାଇଛି । ଗତକାଲି ୮ ଓ୍ୱିକେଟ ହରାଇ ୧୩୨ ରନ କରିଥିବାବେଳେ ଆଜି ମାତ୍ର ଗୋଟିଏ ରନରେ ୨ଟି ଓ୍ୱିକେଟ ହରାଇଥିଲା।