କରୋନା ପାଇଁ ବାତିଲ ହେଲା ଭାରତ-ଦକ୍ଷିଣ ଆଫ୍ରିକା ସିରିଜ

ନୂଆଦିଲ୍ଲୀ: ମାର୍କେଟଠୁ କ୍ରିକେଟ୍, ଏବେ ସବୁଠି କରୋନାର ଇଫେକ୍ଟ। ଦେଶରେ କରୋନାର ଭୟାବହତାକୁ ଦେଖି ଭାରତ ଓ ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜକୁ ବାତିଲ କରିଦିଆଯାଇଛି। ଏନେଇ ଶୁକ୍ରବାର ବିସିଆଇ ଘୋଷଣା କରିଛି। ଆଇପିଏଲ୍ ପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବାକି ୨ଟି ଦିନିକିଆ ବାତିଲ ହେବା କ୍ରିକେଟ୍ ପ୍ରେମୀଙ୍କୁ ନିରାଶ କରିଛି।

ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା। ଏହି ମ୍ୟାଚ୍ ବିନା ଟସରେ ଶେଷ ହୋଇଥିଲା। ଅନ୍ୟପକ୍ଷରେ କରୋନା ଭାଇରସର ଭୟାବହ ପ୍ରଭାବର ଫଳାଫଳ ସିରିଜର ବାକି ଦୁଇଟି ମ୍ୟାଚ୍ ଉପରେ ପଡ଼ିଛି।

ଗୁରୁବାର ଧର୍ମଶାଳା ଦିନିକିଆ ଧୋଇ ହୋଇଯିବା ପରେ ବିସିସିଆଇ ପକ୍ଷରୁ ସୂଚନା ମିଳିଥିଲା ଯେ ସିରିଜର ବାକି ଦୁଇଟି ଦିନିକିଆ ବନ୍ଦ ଦ୍ୱାରରେ ଅର୍ଥାତ୍ ଖାଲି ଷ୍ଟାଡିୟମରେ ଆୟୋଜନ କରାଯିବ। କିନ୍ତୁ ଶୁକ୍ରବାର ଏହି ନିଷ୍ପତ୍ତିକୁ ବଦଳା ଯାଇଛି।

ପ୍ରଥମେ ଆଇପିଏଲକୁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଗଲା ଏବଂ ଏହା ପେର ବିସିସିଆଇ ଭାରତ ଓ ଦକ୍ଷିଣ ଆଫ୍ରିକା ସିରିଜର ବାକି ଦୁଇଟି ମ୍ୟାଚକୁ ନକରାଇବାକୁ ନିଷ୍ପତ୍ତି ସାମ୍ନାକୁ ଆସିଛି।

ତେବେ ଏହି ନିଷ୍ପତ୍ତି ଉଭୟ ଦଳର ଖେଳାଳି ଏବଂ ଜନସାଧାରଣଙ୍କ ହିତ ପାଇଁ ନିଆଯାଇଛି। ଖେଳାଳି ଓ ଦର୍ଶକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିସିସିଆଇ ଏହି ବଳିଷ୍ଠ ପଦକ୍ଷେପ ଉଠାଇଛି

You might also like