ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ରନରେ ଅଲଆଉଟ୍

ରାଞ୍ଚି  : ରାଞ୍ଚି ଟେଷ୍ଟରେ ମଜବୁତ ସ୍ଥିତିରେ ଟିମ୍‌ ଇଣ୍ଡିଆ। ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୬୨ରନରେ ଅଲଆଉଟ ହୋଇଛି। ଏଥିସହ ଟିମ୍‌ ଇଣ୍ଡିଆ ପ୍ରଥମ ଇନିସଂରେ ୩୩୫ର ଅଗ୍ରଣୀ ଳାଭ କରିଛି।

ଗତକାଲି ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଦକ୍ଷିଣ ଆଫ୍ରିକା ଆଜି ସମସ୍ତ ୱିକେଟ ହରାଇଥିଲା। ପ୍ରଥମ ଇନିଂସରେ ଦକ୍ଷିଣ ଆଫ୍ରିକାର ୮ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କରେ ପହଞ୍ଚି ପାରି ନଥିଲେ।  ଟିମ୍‌ ଇଣ୍ଡିଆ ପକ୍ଷରୁ ଉମେଶ ଯାଦବ ୩ଟି ୱିକେଟ ନେଇଥିବା ବେଳେ ଶାହାବାଜ ନଦୀମ, ମହମ୍ମଦ ସାମି, ରବୀନ୍ଦ୍ର ଜାଡେଜା ଦୁଇଟି ଲେଖାଏଁ  ୱିକେଟ ଅକ୍ତିଆର କରିଥିଲେ। ପୂର୍ବରୁ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂରେ ୪୯୭ରନରେ ପାଳି ଘୋଷଣା କରିଥିଲା।

You might also like