ହାମିଲ୍‌ଟନ୍‌ ଚତୁର୍ଥ ଦିନିକିଆ: ଆରମ୍ଭରୁ ଭାରତର ବ୍ୟାଟିଂ ବିପର୍ଯ୍ୟୟ

ହାମିଲ୍‌ଟନ୍‌: ନ୍ୟୁଜିଲ୍ୟାଣ୍ଡ୍‌ର ହାମିଲ୍‌ଟନ୍‌ରେ ଖେଳାଯାଉଥିବା ଥିବା ଭାରତ ଓ ନ୍ୟୁଜିଲାଣ୍ଡ୍ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚରେ ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଛି ଭାରତ। ଦଳର ଦୁଇଜଣ ଓପନର୍ ବ୍ୟାଟ୍‌ସମ୍ୟାନ୍ ଶିଖର୍‌ ଧାୱନ୍‌ ଓ ରୋହିତ ଶର୍ମା ଆଉଟ୍‌ ହୋଇଛନ୍ତି। ଶିଖର୍‌ ୧୩ ରନ୍‌ କରିଥିବା ବେଳେ ରୋହିତ ମାତ୍ର ୭ ରନ୍‌ କରି ଆଉଟ୍‌ ହୋଇଛନ୍ତି। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍‌ ବୋଲ୍ଟ ଦୁଇଟି ୱିକେଟ୍‌ ନେଇଛନ୍ତି।

ଆଜିର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ୍ ଟସ୍‌ ଜିତି ପ୍ରଥମେ ଫିଲ୍‌ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ହିଂ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା।

ପୂର୍ବରୁ ତିନିଟି ମ୍ୟାଚ୍‌ରେ ବିଜୟ ସିରିଜ କବ୍‌ଜା କରିଥିବା ଟିମ୍ ଇଣ୍ଡିଆ ଏହି ମ୍ୟାଚ୍‌ ଜିତି ୪-୦ରେ ଅଗ୍ରଣୀ ପାଇଁ ଉଦ୍ୟମ କରିବ। ବିରାଟ କୋହଲି ଓ ଧୋନିଙ୍କ ଅନୁପସ୍ଥିତିରେ ମ୍ୟାଚ୍‌ ଜିତିବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ।

ଆଜିର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳି ଶୁଭମନ୍ ଗିଲ୍ ଡେବ୍ୟୁ କରିଛନ୍ତି। ଅନ୍ୟପଟେ ଘରୋଇ ଦଳ ଶେଷ ୨ଟି ମ୍ୟାଚ୍‌ ଜିତି ସମ୍ମାନ ବଜାୟ ରଖିବା ପାଇଁ ଜୋରଦାର ଉଦ୍ୟମ କରିବ। ଏହି ସିରିଜର ସମସ୍ତ ମ୍ୟାଚ୍‌ ଜିତିଲେ ଭାରତ ପ୍ରଥମ ଥର ନ୍ୟୁଜିଲାଣ୍ଡ୍‌ ମାଟିରେ କୌଣସି ଦିନିକିଆ ସିରିଜ କ୍ଲିନ୍‌ ସୁଇପ୍‌ କରିବ। ତେବେ ସିରିଜ୍‌ର ପଞ୍ଚମ ଦିନିକିଆ ଆସନ୍ତା ୩ ତାରିଖରେ ଓ୍ୱିଲିଂଟନରେ ଖେଳାଯିବ।

 

ଆହୁରି ପଢ଼ନ୍ତୁ

ଓଡ଼ିଶାର ପ୍ରମୋଦ ଭଗତଙ୍କୁ ଅର୍ଜୁନ ପୁରସ୍କାର

ଟ୍ରେନିଂ ସରିଲା, କାଶ୍ମୀରରୁ ଫେରିଲେ ଧୋନି

ଇଣ୍ଡିଆନ୍ ଗ୍ରାଁ ପ୍ରି-୫: ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଲେ ଦୂତୀ

ରବି ଶାସ୍ତ୍ରୀ ପୁଣି ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍

ତୃତୀୟ ଦିନିକିଆ ବି ଭାରତ ଜିତିଲା; ସଚିନଙ୍କଠାରୁ ଆଉ ମାତ୍ର ୬ଟି ଶତକ ପଛରେ କୋହଲି

ଦେଶବାସୀଙ୍କୁ ଏମିତି ଢଙ୍ଗରେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇଲେ କ୍ରିକେଟ୍‌ ଷ୍ଟାର୍

ତୃତୀୟ ଦିନିକିଆ: ଗେଲ୍ ଝଡ଼ ପରେ ବର୍ଷାର ଆଗମନ

ପୂର୍ଣ୍ଣିମା ଓ ଜଉନାଙ୍କୁ ପ୍ରତାରଣା!

ତୃତୀୟ ଦିନିକିଆ: ଟସ୍ ଜିତି ୱେଷ୍ଟଇଣ୍ଡିଜର ବ୍ୟାଟିଂ ନିଷ୍ପତ୍ତି

ଶାରୀରିକ ଭିନ୍ନକ୍ଷମ ଟି-୨୦: ଇଂଲଣ୍ଡକୁ ନିଜ ମାଟିରେ ହରାଇ ଚାମ୍ପିୟନ୍‌ ହେଲା ଭାରତ

ଆଜି ଦିନିକିଆ ସିରିଜର ଶେଷ ମ୍ୟାଚ୍

ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍ ଜିତିଲା ଭାରତ

You might also like