ଆଜି ଟିମ୍‌ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି

ନୂଆଦିଲ୍ଲୀ: ଆଜି ଟିମ୍‌ ଇଣ୍ଡିଆ ପାଇଁ କର ବା ମର ପରିସ୍ଥିତି। ଆଜି ଭାରତ-ନ୍ୟୁଜିଲ୍ୟାଣ୍ଡ୍ ଟି-ଟ୍ୱେଣ୍ଟି ସିରିଜର ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ହାରିଥିବାରୁ ଭାରତକୁ ଆଜିର ମ୍ୟାଚ୍‌ ଜିତିବାକୁ ପଡ଼ିବ। ତା’ ନହେଲେ ଟିମ୍‌ ଇଣ୍ଡିଆ ସିରିଜ୍ ହାତଛଡ଼ା କରିବ।

ତିନି ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତର ଶୋଚନୀୟ ପରାଜୟ ହୋଇଥିଲା। ଫଳରେ  ନ୍ୟୁଜିଲାଣ୍ଡ୍‌ ସିରିଜ୍‌ରେ ୧-୦ରେ  ଆଗୁଆ ରହିଛି।

ତେବେ ଆଜି ଭାରତୀୟ ଦଳରେ ଖଲିଲଙ୍କ ସ୍ଥାନରେ ସିଦ୍ଧାର୍ଥ କୌଲ କିମ୍ବା ମହମ୍ମଦ ସିରାଜଙ୍କୁ ସାମିଲ କରିବା ସମ୍ଭାବନା ରହିଛି। ଅନ୍ୟପଟେ ଆଜିର ମ୍ୟାଚ୍ ଜିତି ସିରିଜ୍ ବିଜୟ ଲକ୍ଷ୍ୟରେ ରହିଛି ନ୍ୟଜିଲାଣ୍ଡ।

 

You might also like