ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ

ମାଉଣ୍ଟ ମାଙ୍ଗାନୁଇ : ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତର ଦମଦାର ବିଜୟ। ନ୍ୟୁଜିଲାଣ୍ଡକୁ ୯୦ ରନ୍‌ରେ ହରାଇଲା ଟିମ୍ ଇଣ୍ଡିଆ। ୩୨୫ରନ୍‌ର ଟାର୍ଗେଟ ଦେଇଥିବା ଭାରତ ନ୍ୟୁଜିଲାଣ୍ଡକୁ ୨୩୪ରେ ଅଲଆଉଟ କରିଛି।

ଫଳରେ ୫ ଟିକିଆ ଦିନିକିଆ ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିଛି। ବଡ଼ ଟାର୍ଗେଟକୁ ପିଛା କରୁଥିବା କିଓ୍ୱି ଟିମ୍ ନିୟମିତ ବ୍ୟବଧାନରେ ଓ୍ୱିକେଟ ହରାଇ ଚାଲିଥିଲା। ପୁଣି ଥରେ ଚାଇନାମ୍ୟାନ ବୋଲର କୁଳଦୀପ ଯାଦବଙ୍କ ସ୍ପିନ ଜାଲରେ ଫସିଥିଲେ କିଓ୍ୱି ବ୍ୟାଟ୍‌ସମ୍ୟାନ।

ପ୍ରଥମ ଦିନିକିଆରେ ୪ଟି ଓ୍ୱିକେଟ ଅକ୍ତିଆର କରିଥିବା କୁଳଦୀପ ଏଥର ମଧ୍ୟ ୪ଟି ଓ୍ୱିକେଟ୍‌ ହାସଲ କରିଛନ୍ତି। ସେପଟେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆର ଦୁଇ ଓପନରଙ୍କ ପ୍ରଭାବୀ ପ୍ରଦର୍ଶନରେ ବିଶାଳ ସ୍କୋର କରିଥିଲା।

ରୋହିତ ଶର୍ମା ୮୭ ଏବଂ ଶିଖର ଧାଓ୍ୱନ ୬୬ ରନ୍‌ କରି ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ କ୍ୟାପଟେନ କୋହଲି ଏବଂ ଅମ୍ବାତି ରାଇଡୁ।  କୋହଲି ୪୩ ରନ୍‌ ଓ ରାଇଡୁ ୪୭ରନ୍‌ କରି ଆଉଟ ହୋଇଥିଲେ।  ଏହାସହ ମହେନ୍ଦ୍ର ସିଂ ଧୋନୀ ୩୩ଟି ବଲରୁ ୪୮ରନ୍‌ ସଂଗ୍ରହ କରିଥିଲେ। ରୋହିତ ଶର୍ମାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା।

You might also like