ବିଶ୍ୱକପ୍ ପୁରୁଷ ହକିରେ ଭାରତର ଅଭିଯାନ ଶେଷ

ନେଦରଲାଣ୍ଡସ୍‌ ଠାରୁ ୨-୧ ଗୋଲରେ ହାରିଲା ଭାରତ

ଭୁବନେଶ୍ୱର :  ବିଶ୍ୱକପ୍ ପୁରୁଷ ହକିରେ ଭାରତର ଅଭିଯାନ ଶେଷ ହୋଇଛି। କ୍ୱାର୍ଟର ଫାଇନାଲରେ ନେଦରଲାଣ୍ଡସ୍‌ ଠାରୁ ୨-୧ ଗୋଲରେ ହାରିଛି ଟିମ୍‌ ଇଣ୍ଡିଆ। ଫଳରେ ଭାରତର ବିଶ୍ୱକପ୍  ଆଶା ଧୂଳିସାତ୍ ହୋଇଛି।

ଏହି ମ୍ୟାଚ୍‌ରେ ବିଜୟୀ ହେବା ସହ ସେମି ଫାଇନାଲ ଯାଇଛି ନେଦରଲାଣ୍ଡସ୍। ସେମିରେ ଅଷ୍ଟ୍ରେଲିଆ-ନେଦରଲ୍ୟାଣ୍ଡସ୍ ମୁକାବିଲା ହେବ। ଅନ୍ୟପକ୍ଷରେ ଆଜି ଖେଳାଯାଇଥିବା ଅନ୍ୟ ଏକ କ୍ୱାର୍ଟର ଫାଇନାଲରେ ଜର୍ମାନୀକୁ ୨-୧ ଗୋଲରେ ହରାଇ ସେମିଫାଇନାଲରେ ପ୍ରବେଶ କରିଛି ବେଲଜିୟମ। ଆଗରୁ ଇଂଲଣ୍ଡ, ଅଷ୍ଟ୍ରେଲିଆ ସେମି ଫାଇନାଲରେ ପହଞ୍ଚି ସାରିଛନ୍ତି।

You might also like