ଲର୍ଡସରେ ପୁଣି ଭାରତର ଲଜ୍ଜାଜନକ ପରାଜୟ
୧୫୯ ରନ୍ରେ ଭାରତକୁ ହରାଇଲା ଇଂଲଣ୍ଡ
ଲଣ୍ଡନ: ଲର୍ଡସରେ ପୁଣି ଭାରତର ଲଜ୍ଜାଜନକ ପରାଜୟ। ଏକ ଇନିଂସ ଓ ୧୫୯ ରନ୍ରେ ଭାରତକୁ ହରାଇଲା ଇଂଲଣ୍ଡ। ମୋଟ ୫ଟିକିଆ ସିରିଜରେ ଇଂଲଣ୍ଡ ୨-୦ରେ ଆଗୁଆ ରହିଛି। ଏହି ଟେଷ୍ଟରେ ଜେମ୍ସ ଆଣ୍ଡରସନ୍ଙ୍କୁ ୯ଟି ଓ୍ଵିକେଟ ମିଳିଛି। ପ୍ରଥମ ଇନିଂସରେ ସେ ୫ଟି ଓ୍ଵିକେଟ୍ ନେଇଥିବା ବେଳେ ୨ୟ ଇନିଂସରେ ୪ଟି ଓ୍ଵିକେଟ ନେଇଛନ୍ତି।
ଟସ୍ ଜିଣି ଇଂଲଣ୍ଡ ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ପ୍ରଥମ ଇନିଂସରେ ସମସ୍ତ ଓ୍ଵିକେଟ୍ ହରାଇ ଭାରତ ୧୦୭ ରନ୍ ସଂଗ୍ରହ କରିଥିବା ବେଳେ ଇଂଲଣ୍ଡ ୭ ଓ୍ଵିକେଟ୍ରେ ୩୯୬ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଥିଲା।