ସିଡ୍‌ନୀ ଟେଷ୍ଟ: ଭାରତର ଦମ୍‌ଦାର ବୋଲିଂରେ ବେହାଲ୍ ଅଷ୍ଟ୍ରେଲିଆ

ସିଡ୍‌ନୀ: ଅଷ୍ଟ୍ରେଲିଆର ସିଡ୍‌ନୀ ଟେଷ୍ଟରେ ଟିମ୍‌ ଇଣ୍ଡିଆର ବିଶାଳ ସ୍କୋର୍‌ ପରେ ଆଜି ବୋଲରମାନେ ୱିକେଟ୍‌ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଭାରତର ଦମ୍‌ଦାର ବୋଲିଂ ବଳରେ ଅଷ୍ଟ୍ରେଲିଆର ଉସମାନ ଖାୱାଜା ୨୭, ମାର୍ଟିନ୍‌ ହ୍ୟାରିସ୍‌ ୭୯ରନ୍‌ କରି ଆଉଟ୍ ହୋଇଛନ୍ତି।

ଖବର ଲେଖାଯିବା ସୁଦ୍ଧା ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ୨୨୮ ରନ୍‌ ସଂଗ୍ରହ କରିଛି। ଭାରତ ପକ୍ଷରୁ ରବୀନ୍ଦ୍ର ଜାଡେଜା ଓ କୁଲଦୀପ ଯାଦବ ଦୁଇଟି ଲେଖାଏ ୱିକେଟ୍‌ ନେଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ହ୍ୟାଣ୍ଡସ୍କମ୍‌ ୨୮ ଓ କମିନ୍ସ ୨୫ ରନ୍‌ କରି ଖେଳ ଜାରି ରଖିଛନ୍ତି।

ମ୍ୟାଚ୍‌ରେ ଏପର୍ଯ୍ୟନ୍ତ ଦୃଢ଼ ସ୍ଥିତିରେ ଥିବା ଟିମ୍‌ ଇଣ୍ଡିଆ ଗତକାଲି ୭ ଓ୍ୱିକେଟ୍‌ରେ ୬୨୨ ରନର ବିଶାଳ ସ୍କୋର୍‌ କରି ପ୍ରଥମ ଇନିଂସ ପାଳି ଘୋଷଣା କରିଥିଲା। ଏଥିରେ ଓ୍ୱିକେଟ୍‌ କିପର ଋଷଭ ପନ୍ଥ ଓ ଚେତେଶ୍ୱର ପୂଜାରା ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ୧୮୯ ବଲରୁ ଋଷଭ ୧୫୯ ରନ୍‌ କରି ଅପରାଜିତ ରହିଥିଲେ। ଏଥିସହିତ ଅଷ୍ଟ୍ରେଲିଆରେ କୌଣସି ଟେଷ୍ଟରେ ଶତକ ହାସଲ କରିବାରେ ପ୍ରଥମ ଭାରତୀୟ ଓ୍ୱିକେଟ୍‌ କିପର ଭାବେ ଋଷଭ ଗୌରବ ଅର୍ଜନ କରିଛନ୍ତି। ସେହିଭଳି ଦ୍ୱିଶତକ ହାସଲରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା। ଦ୍ୱିତୀୟ ଦିନରେ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ୧୯୩ ରନ୍‌ କରିଥିଲେ ପୂଜାରା। ଏହି ସିରିଜରେ ଭାରତ ୨-୧ରେ ଆଗୁଆ ଅଛି।

ଆହୁରି ପଢ଼ନ୍ତୁ

୪ ବର୍ଷ ପରେ ଆଉଟ୍ ହୋଇ ଇତିହାସ ରଚିଲେ ଏହି ମହିଳା କ୍ରିକେଟର୍‌

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ରେ ଭାରତ ଚାମ୍ପିଅନ୍: ପୁରୁଷ ଓ ମହିଳାରେ ସ୍ୱର୍ଣ୍ଣ ଜିତିଲା

ସୋଶାଲ୍‌ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ ପୋଷ୍ଟ କରି ଏଜାଜ ଖାନ୍‌ ଗିରଫ

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍: ଭାରତୀୟ ମହିଳା ଟିମ୍ ଫାଇନାଲରେ

ଆଉ ଏକ ସମ୍ମାନର ଅଧିକାରୀ ହେଲେ ସଚିନ୍

ଆଇସିସି ହଲ୍ ଅଫ୍ ଫେମ୍‌ରେ ସ୍ଥାନ ପାଇଲେ ସଚିନ

ଆଇସିସିରୁ ବାଦ୍ ପଡ଼ିଲା ଜିମ୍ୱାଓ୍ୱେ କ୍ରିକେଟ୍‌ ଟିମ୍‌

ୱେଷ୍ଟଇଣ୍ଡିଜ ଗସ୍ତରେ ସବୁ ସିରିଜ୍ ଖେଳିବେ ବିରାଟ୍

କଟକରେ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍ ଚାମ୍ପିଅନ୍‌ସିପ୍ ଉଦ୍‌ଘାଟିତ

କୋଚ୍ ଖୋଜିବା ଆରମ୍ଭ କଲା BCCI !

କମନେଓ୍ୱଲେ୍ଥ ଟେବୁଲ ଟେନିସ୍‌ ଚାମ୍ପିଅନସିପ ପାଇଁ ସମସ୍ତ ପ୍ରସ୍ତୁତି ଶେଷ

ଆଇସିସି ଦିନିକିଆ ରାଙ୍କିଙ୍ଗ୍: ଶୀର୍ଷ ସ୍ଥାନ ବଜାୟ ରଖିଲେ ବିରାଟ୍ ଓ ବୁମ୍ରା

You might also like