ସିଡ୍‌ନୀ ଟେଷ୍ଟ: ଅଷ୍ଟ୍ରେଲିଆ ଆଗରେ ବିଶାଳ ସ୍କୋର୍‌ ଛିଡ଼ା କଲା ଭାରତ

ସିଡନୀ: ଅଷ୍ଟ୍ରେଲିଆର ସିଡ୍‌ନୀରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚ୍‌ରେ ଭାରତ ୬୨୨ ରନ୍‌ କରି ଅଷ୍ଟ୍ରେଲିଆ ଆଗରେ ବିଶାଳ ସ୍କୋର୍‌ ଛିଡ଼ା କରିଛି।

୭ ଓ୍ୱିକେଟ୍‌ ବିନିମୟରେ ଏହି ବିଶାଳ ସ୍କୋର କରି ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସ ପାଳି ଘୋଷଣା କରିଛି। ଓ୍ୱିକେଟ୍‌ କିପର ଋଷଭ ପନ୍ଥ ଓ ଚେତେଶ୍ୱର ପୂଜାରା ଦମଦାର ଖେଳ ପ୍ରଦର୍ଶନ କରିଥିଲେ। ୧୮୯ ବଲରୁ ଋଷଭ ୧୫୯ ରନ୍‌ କରି ଅପରାଜିତ ରହିଥିଲେ। ଏହି ଶତକ ସହିତ ପ୍ରଥମ ଭାରତୀୟ ଓ୍ୱିକେଟ୍‌ କିପର ଭାବେ ଋଷଭ ପନ୍ତ ଅଷ୍ଟ୍ରେଲିଆ ଟେଷ୍ଟରେ ଶତକ ହାସଲ କରିଛନ୍ତି।

ସେହିଭଳି ଦ୍ୱିଶତକ ହାସଲରୁ ମାତ୍ର ଅଳ୍ପକେ ବଞ୍ଚିତ ହୋଇଛନ୍ତି ଚେତେଶ୍ୱର ପୂଜାରା। ସେ ଦ୍ୱିତୀୟ ଦିନରେ ଉନ୍ନତ ବ୍ୟାଟିଂ ପ୍ରଦର୍ଶନ କରି ୧୯୩ ର‌ନ୍‌ କରି ପ୍ୟାଭିଲିୟନ ଫେରିଛନ୍ତି। ବର୍ଡର-ଗାଭାସ୍କର ସିରିଜରେ ପୂଜାରାଙ୍କ ଏହା ତୃତୀୟ ଶତକ ହୋଇଥିବା ବେଳେ କ୍ୟାରିଅର୍‌ର ଏହା ୧୮ ତମ ଶତକ।  ସେହିଭଳି ରବୀନ୍ଦ୍ର ଜାଡେଜା ୮୧ ରନ୍‌ ସଂଗ୍ରହ କରିଛନ୍ତି।

ଅନ୍ୟପଟେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି କୌଣସି ଓ୍ୱିକେଟ୍‌ ନ ହରାଇ ୨୪ ର‌ନ୍‌ କରିଛି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଏହି ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି। ଯଦି ଭାରତ ଏହି ମ୍ୟାଚ୍‌ ଜିତେ ବା ଡ୍ର ରଖେ, ତେବେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତିବାର ଇତିହାସ ସୃଷ୍ଟି କରିବ।

ଆହୁରି ପଢ଼ନ୍ତୁ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

ରୋମାଞ୍ଚକର ମ୍ୟାଚ୍‌କୁ ଜିତି ନେଲା କୋଲକାତା

ହାଇଦ୍ରାବାଦକୁ ୧୬୪ ରନ୍‌ର ଟାର୍ଗେଟ ଦେଲା କେକେଆର

ଡିଡିସିଏର ଅଧ୍ୟକ୍ଷ ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ରୋହନ ଜେଟଲୀ

ଯୁବରାଜ ସିଂହଙ୍କୁ ୬ ଥର ଆଉଟ କରିଥିବା ଖେଳାଳି କ୍ରିକେଟରୁ ସନ୍ୟାସ ନେଲେ

IPL 2020: ମୁମ୍ବାଇ ପାଖରେ ଏତେ ସହଜରେ କେମିତି ହାରିଗଲା KKR

ବାଙ୍ଗାଲୋରକୁ ହରାଇ ୱିନିଂ ଟ୍ରାକ୍‌କୁ ଫେରିଲା ପଞ୍ଜାବ

ଭାଇରାଲ ହେଲା କୋହଲିଙ୍କ ଡ୍ୟାନ୍ସ

You might also like