ଆଡିଲେଡ୍ ଟେଷ୍ଟରେ ଭାରତର ଲଜ୍ଜାଜନକ ପରାଜୟ; ୩୬ ରନ୍ କରି ପୂରୁଣା ରେକର୍ଡ ଭାଙ୍ଗିଲା ଟିମ୍ ଇଣ୍ଡିଆ
ଆଡିଲେଡ: ଆଡିଲେଡ୍ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ୮ୱିକେଟ୍ରେ ହାରିଲା ଟିମ୍ ଇଣ୍ଡିଆ। ଏହି ବିଜୟ ସହ ଅଷ୍ଟ୍ରେଲିଆ ୪ ମ୍ୟାଚ୍ ବିଶିଷ୍ଠ ଏହି ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ମାତ୍ର ୯୦ ରନ୍ର ଟାର୍ଗେଟ ନେଇ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ମାତ୍ର ୨ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଛି। ଷ୍ଟିଭ୍ ସ୍ମିଥ୍ (୧) ଓ ଜୋ ବର୍ଣ୍ଣସ (୫୧) ରନ୍ କରି ନଟ୍ଆଉଟ୍ ରହିଛନ୍ତି।
ଗୋଟିଏ ୱିକେଟ୍ ହରାଇଥିବା ଟିମ୍ ଇଣ୍ଡିଆ ତୃତୀୟ ଦିନରେ ୯ ରନ୍ରୁ ଖେଳ ଆରମ୍ଭ କରିଥିଲା। ଆଜି ମାତ୍ର ୨୭ ରନ୍ କରି ମୂଲ୍ୟବାନ ୮ୱିକେଟ୍ ହରାଇଥିଲା ଦଳ। ଆଉ ଅଷ୍ଟ୍ରେଲିଆକୁ ମିଳିଥିଲା ୯୦ ରନ୍ର ସହଜ ଟାର୍ଗେଟ୍। ଯାହାକୁ ଦୁଇ ୱିକେଟ୍ ହରାଇ ହାସଲ କରିନେଇଥିଲା ଅଷ୍ଟ୍ରେଲିଆ।
ଆଡିଲେଡ ଟେଷ୍ଟରେ ଟିମ୍ ଇଣ୍ଡିଆ ଦୟନୀୟ ବ୍ୟାଟିଂ ପ୍ରଦର୍ଶନ କରିଛି। ମାତ୍ର ୩୬ ରନ୍ରେ ଶେଷ ହୋଇଛି ଦ୍ୱିତୀୟ ଇନିଂସ।ଟିମ୍ ଅଷ୍ଟ୍ରେଲିଆର ଫାଷ୍ଟ ବୋଲିଂ ଆଗରେ ପୂରା ଆତ୍ମସମର୍ପଣ କରିଛି ଭାରତ। ୯ ୱିକେଟ୍ ହରାଇ ଭାରତୀୟ ଦଳ ମାତ୍ର ୩୬ ରନ୍ କରିପାରିଛି।
ମୟଙ୍କ ଅଗ୍ରୱାଲ୍ ସର୍ବାଧିକ ୯ ରନ୍ କରିଥିବା ବୋଳେ କୋହଲି ୪, ରିଦ୍ଧିମାନ୍ ଶାହ , ଚେତେଶ୍ୱର ପୂଜାରା, ରାହାଣେ, ଅଶ୍ୱିନ୍ ଡକ୍ ଆଉଟ୍ ହୋଇ ପଭିଲିୟନ୍ ଫେରିଛନ୍ତି। ବିପକ୍ଷ ଅଷ୍ଟ୍ରେଲିଆ ଟିମ୍ରୁ ହାଜେଲ୍ଉଡ୍ ୫ ଓଭରତରେ ମାତ୍ର ୮ ରନ୍ ଦେଇ ୫ଟି ୱିକେଟ୍ ନେଇଛନ୍ତି। ସେହିପରି ପାଟ୍ କମିନ୍ସ ୧୦ ଓଭର୍ରେ ମାତ୍ର ୨୧ ରନ୍ ଦେଇ ୪ଟି ୱିକେଟ୍ ନେଇଛନ୍ତି।
ଅଷ୍ଟ୍ରେଲିଆ ଟିମ୍ ଆଗରେ ଟାର୍ଗେଟ ରହିଛି ୯୦ ଗୋଟିଏ ଟେଷ୍ଟ ଇନିଂସରେ ଏହା ହେଉଛି ଭାରତୀୟ ଟିମ୍ର ସବୁଠୁ କମ୍ ସ୍କୋର। ଏହାପୂର୍ବରୁ ୧୯୭୪ରେ ଲର୍ଡସରେ ଇଂଲଣ୍ଡ ବିରୋଧରେ ଭାରତର ସର୍ବନିମ୍ନ ସ୍କୋର ୪୨ ରନ୍ କରିଥିଲା।