ଆସନ୍ତାକାଲି ଠାରୁ ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ

ନୂଆଦିଲ୍ଲୀ: ଆସନ୍ତାକାଲି ଠାରୁ ସିଡ୍‌ନିରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ର ଚତୁର୍ଥ ତଥା ଅନ୍ତିମ ମ୍ୟାଚ୍। ଶେଷ ମ୍ୟାଚ୍‌ ଜିତି ଟିମ୍ ଇଣ୍ଡିଆ ପ୍ରଥମ ଥର ଐତିହାସିକ ସିରିଜ୍‌ ବିଜୟ ଲକ୍ଷ୍ୟରେ ରହିଛି। ଏଥିପାଇଁ ୧୩ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି। ନିଜର ଝିଅ ଜନ୍ମ ହେବା ପରେ ଭାରତ ଫେରିଥିବା ରୋହିତ ଶର୍ମାଙ୍କ ସ୍ଥାନରେ ପୁଣି ଥରେ ସୁଯୋଗ ପାଇଛନ୍ତି ଓପନର କେଏଲ୍ ରାହୁଲ।

ଏହାସହ ଆହତ ଥିବା କାରଣରୁ ୨ଟି ଟେଷ୍ଟ ଖେଳି ନଥିବା ଅପ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱନୀ ମଧ୍ୟ ୧୩ ଜଣିଆ ଦଳରେ ସାମିଲ ହୋଇଛନ୍ତି। ଏହାସହ ରବୀନ୍ଦ୍ର ଜାଡେଜା ଓ ହନୁମା ବିହାରୀଙ୍କୁ ୧୩ ଜଣିଆ ଦଳରେ ସାମିଲ କରାଯାଇଛି। ତେବେ ସେ ସମ୍ପର୍ଣ୍ଣ ଶତ ପ୍ରତିଶତ ଫିଟ୍ ଅଛନ୍ତି କି ନାହିଁ, ସେ ନେଇ କୌଣସି ସୂଚନା ମିଳିପାରିନାହିଁ।

ଭାରତ ଯଦି ରୋହିତଙ୍କ ସ୍ଥାନରେ ଜଣେ ବ୍ୟାଟସ୍‌ମ୍ୟାନ ଖେଳାଏ, ତେବେ କେଏଲ୍ ରାହୁଲଙ୍କୁ ପୁଣି ଥରେ ସୁଯୋଗ ମିଳିବ। ମୟଙ୍କ ଅଗ୍ରଓ୍ୱାଲଙ୍କ ଓପନିଂ କରିବେ ରାହୁଲ। ଅନ୍ୟପଟେ ଏହି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ସିରିଜ ବରାବାର କରିବା ପାଇଁ ସିଡ୍‌ନିରେ ଜୋରଦାର ଅଭ୍ୟାସ କରିଛି।

ଶେଷ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ସିରିଜ୍‌ ବରାବର କରିବା ଲକ୍ଷ୍ୟରେ ରହିଛି। ବର୍ତ୍ତମାନ ଭାରତ ୨-୧ରେ ସିରିଜ୍‌ ଆଗୁଆ ରହିଛି।

You might also like