ଆଜି ଭାରତ-ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ନିର୍ଣ୍ଣାୟକ ମ୍ୟାଚ୍‌

ନୂଆଦିଲ୍ଲୀ :  ଆଜି ଦିଲ୍ଲୀର ଫିରୋଜ ଶାହା କୋଟଲା ଗ୍ରାଉଣ୍ଡରେ ଖେଳାଯିବ ଭାରତ- ଅଷ୍ଟ୍ରେଲିଆ ଦିନିକିଆ ସିରିଜ୍‌ର ୫ମ ତଥା ଶେଷ ନିର୍ଣ୍ଣାୟକ ମ୍ୟାଚ୍‌। ବଡ଼ ସ୍କୋର କରିବା ସତ୍ତ୍ୱେ ମୋହାଲି ମୁକାବିଲାରେ ଭାରତର ପରାଜୟ ଟିମ୍ ପାଇଁ ଚାପ ସୃଷ୍ଟି କରିଛି।

ସେପଟେ ଲଗାତାର ଦୁଇଟି ମ୍ୟାଚ୍‌ ଜିତି ଦୃଢ ମନୋବଳରେ ରହିଛି କଙ୍ଗାରୁ ବାହିନୀ ହାଇଦ୍ରାବାଦ ଓ ନାଗପୁର ଦିନିକିଆରେ ଭାରତ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା। ତେବେ ରାଞ୍ଚି ଓ ମୋହାଲି ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ ହେବା ପରେ ସିରିଜ୍‌ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି।

କୋଟଲା ଗ୍ରାଉଣ୍ଡରେ ଭାରତର ପ୍ରଦର୍ଶନ ସବୁବେଳେ ଭଲ ରହିଛି। ଏହି ପିଚ୍ ସଦା ବେଳେ ସ୍ପିନକୁ ସୁହାଉଛି, ତେଣୁ ଦଳରେ ୨ ସ୍ପିନରଙ୍କ ସହ ଜଣେ ଅତିରିକ୍ତ ବ୍ୟାଟ୍ସମ୍ୟାନଙ୍କୁ ସାମିଲ କରିପାରନ୍ତି ଅଧିନାୟକ ବିରାଟ କୋହଲି।

You might also like