ସିଡ୍‌ନୀ ଟେଷ୍ଟରେ ଭାରତର ଦୃଢ ବ୍ୟାଟିଂ , ପ୍ରଥମ ଦିନରେ ଭାରତର ସ୍କୋର ୩୦୩/୪

ସିଡ୍‌ନୀ : ସିଡ୍‌ନୀରେ ଚେତେଶ୍ୱର ପୂଜାରାଙ୍କ ଦମଦାର ଇଂନିସ। ପୂଜାରାଙ୍କ ଶତକ ବଳରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୪ ଓ୍ୱିକେଟ ହରାଇ ୩୦୩ ରନ କରିଛି।

ବର୍ଡର-ଗାଭାସ୍କର ସିରିଜରେ ପୂଜାରାଙ୍କ ଏହା ତୃତୀୟ ଶତକ ହୋଇଥିବା ବେଳେ କ୍ୟାରିଅରର ୧୮ ତମ ଶତକ। ସେ୧୩୦ ରନ କରି ଅପରାଜିତ ଅଛନ୍ତି।

ତେବେ କ୍ରମାଗତ ଦ୍ୱିତୀୟ ମ୍ୟାଚ୍‌ରେ ଚମକିଛନ୍ତି ଓପନର୍ ମୟଙ୍କ ଅଗ୍ରଓ୍ୱାଲ। ମୟଙ୍କ ଲଗାତର ଦ୍ୱିତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ସେ ୭୭ ରନ୍ କରି ଆଉଟ୍ ହେବା ସହ ପ୍ରଥମ ଶତକରୁ ବଞ୍ଚିତ ହୋଇଛନ୍ତି। କ୍ୟାପ୍‌ଟେନ ବିରାଟ କୋହଲି ୨୩ ରନ, ଆଜିଙ୍କ୍ୟା ରାହାଣେ ୧୮ ରନ୍ ଏବଂ କେ.ଏଲ୍ ରାହୁଲ ୯ ରନ କରି ଆଉଟ୍‌ ହୋଇଛନ୍ତି।

ଅଷ୍ଟ୍ରେଲିଆ ପକ୍ଷରୁ ହେଜେଲଉଡ୍ ୨ ଟି ଓ୍ୱିକେଟ ନେଇଛନ୍ତି।ଏହି ସିରିଜରେ ଭାରତ ୨-୧ରେ ଆଗୁଆ ଅଛି। ଯଦି ଭାରତ ଏହି ମ୍ୟାଚ୍‌ ଜିତେ ବା ଡ୍ର ରଖେ, ତେବେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ ସିରିଜ ଜିତିବାର ଇତିହାସ ସୃଷ୍ଟି କରିବ।

You might also like