ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ପରାସ୍ତ

ବ୍ରିସ୍‌ବେନ୍‌ : ପରାଜୟରୁ ଅଭିଯାନ ଅାରମ୍ଭ କଲା ଟିମ୍‌ ଇଣ୍ଡିଆ। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି- ଟ୍ୱେଣ୍ଟିରେ ମାତ୍ର ୪ ରନ୍‌ରେ ଭାରତ ପରାସ୍ତ ହୋଇଛି। ବର୍ଷା ବାଧାପ୍ରାପ୍ତ ମ୍ୟାଚରେ ଭାରତକୁ ଟସ୍‌ ହାରି ବ୍ୟାଟିଂ କରୁଥିବା କଙ୍ଗାରୁ ଦଳ ୧୭୪ ରନର ଟାର୍ଗେଟ ଦେଇଥିଲା।

ତେବେ ବର୍ଷା ଯୋଗୁ ମ୍ୟାଚ୍‌କୁ ୧୭ ଓଭରକୁ ହ୍ରାସ କରାଯାଇଥିଲା। ଜବାବରେ ଭାରତ ପକ୍ଷରୁ ଶିଖର ଧୱନ ଲଢୁଅା ୭୬ ରନ କରିଥିଲେ। ତେବେ ଶେଷ ଓଭରରେ ଟିମ୍‌ ଣ୍ଡିଅାର ଦୁଇଟି ୱିକେଟ ପତନ ଘଟିଥିଲା।  ଫଳରେ ୭ ୱିକେଟ ହରାଇ ଭାରତ ୧୬୯ ରନ ହିଁ କରିପାରିଥିଲା। ଏହି ବିଜୟ ଫଳରେ ଅଷ୍ଟ୍ରେଲିଆ ଏହି ୩ଟିକିଅା ସିରିଜରେ ୧-୦ରେ ଅାଗୁଅା ରହିଛି।

You might also like