ଭାରତ-ଅଷ୍ଟ୍ରେଲିଆ କ୍ରିକେଟ୍ କାର୍ଯ୍ୟସୂଚୀ ୨୦-୨୧ ଘୋଷଣା
କାନବେର୍ରା: ୨୦୨୦-୨୧ ବର୍ଷ ପାଇଁ ଉଭୟ ପୁରୁଷ ଓ ମହିଳା ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଁ କାର୍ଯ୍ୟସୂଚୀ ଘୋଷଣା କଲା କ୍ରିକେଟ୍ ଅଷ୍ଟ୍ରେଲିଆ। ଭାରତୀୟ ପୁରୁଷ ଦଳ ବିପକ୍ଷ ମ୍ୟାଚ୍ ପାଇଁ ଅଷ୍ଟ୍ରେଲିଆ କାର୍ଯ୍ୟସୂଚୀ ଘୋଷଣା କରିଛି। ଯେଉଁଥିରେ ୩ ଟି-୨୦, ୪ ଟେଷ୍ଟ ଏବଂ ୩ଟି ଦିନିକିଆ ମ୍ୟାଚ୍ ରହିଛି। ଅକ୍ଟୋବର୧୧ରୁ ଜାନୁଆରୀ ୧୭ ଭିତରେ ଏହି ମ୍ୟାଚ୍ ଖେଳାଯିବ। ଏବଂ ଗ୍ରୀଷ୍ମ ସମୟରେ ସୁରୁଖୁରରେ ମ୍ୟାଚ୍ ପରିଚାଳନା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛି ସିଏ। ଅକ୍ଟୋବର୍ ୧୧ ତାରିଖରେ ଟି-୨୦ ମ୍ୟାଚ୍ ଥିବାରୁ ମାସ ଆରମ୍ଭରୁ ହିଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତ କରିବ।
ପୁରୁଷ ଟିମ୍ ପାଇଁ ମ୍ୟାଚ୍ କାର୍ଯ୍ୟସୂଚୀ-
ଭାରତ ବନାମ ଅଷ୍ଟ୍ରେଲିଆ ଟି-୨୦ ସିରିଜ୍
୧୧।୧୦: ପ୍ରଥମ ଟି-୨୦ (ବ୍ରିସ୍ବେନ୍ )
୧୪।୧୧: ଦ୍ୱିତୀୟ ଟି-୨୦ (କାନବେର୍ରା)
୧୭।୧୦: ତୃତୀୟ ଟି-୨୦ (ଆଡିଲେଡ୍)
ଅକ୍ଟୋବର ୧୧ ତାରିଖରେ ପ୍ରଥମ ଟି-୨୦ ମ୍ୟାଚ୍ ବ୍ରିସ୍ବେନ୍ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯିବ। ଅକ୍ଟୋବର ୧୪ ତାରିଖରେ କାନବେର୍ରାରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ୍ ଅକ୍ଟୋବର ୧୭ ତାରିଖରେ ଆଡିଲେଡ୍ରେ ଖେଳାଯିବ।
ଭାରତ ବନାମ ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍
ଡିସେମ୍ବର ୩ରୁ ୭: ପ୍ରଥମ ଟେଷ୍ଟ (ବ୍ରିସ୍ବେନ୍)
ଡିସେମ୍ବର୧୧ରୁ ୧୫: ଦ୍ୱିତୀୟ ଟେଷ୍ଟ (ଆଡିଲେଡ୍)
ଡିସେମ୍ବର୨୬ରୁ ୩୦: ବକ୍ସିଂ ଡେ ଟେଷ୍ଟ (ମେଲବୋର୍ଣ୍ଣ)
ଜାନୁଆରୀ ୩ରୁ ୭: ପିଙ୍କ୍ ବଲ୍ ଟେଷ୍ଟ ମ୍ୟାଚ୍ (ସିଡ୍ନୀ)
ଡିସେମ୍ବର ୩-୭ ତାରିଖ ମଧ୍ୟରେ ବ୍ରିସ୍ବେନ୍ରେ ପ୍ରଥମ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୧୧-୧୫ ତାରିଖ ଭିତରେ ଆଡିଲେଡ୍ରେ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ସେହିଭଳି ଦୁଇ ଟିମ୍ ମଧ୍ୟରେ ବକ୍ସିଂ ଡେ ଟେଷ୍ଟ ୨୬ ରୁ ୩୦ରେ ମେଲବୋର୍ଣ୍ଣରେ ଖେଳାଯିବ। ପୁଣି ଜାନୁଆରୀ ୩-୭ ପର୍ଯ୍ୟନ୍ତ ଦୁଇ ଦଳ ସିଡ୍ନୀରେ ପିଙ୍କ୍ ଟେଷ୍ଟ ମ୍ୟାଚ୍ ଖେଳିବେ
ଭାରତ VS ଅଷ୍ଟ୍ରେଲିଆ ଦିନିକିଆ ମ୍ୟାଚ୍ ୨୦୨୧
୧୨।୧: ପ୍ରଥମ ମ୍ୟାଚ୍ (ପର୍ଥ)
୧୫।୧: ଦ୍ୱିତୀୟ ମ୍ୟାଚ୍ (ମେଲବୋର୍ଣ୍ଣ)
୧୭।୧: ତୃତୀୟ ମ୍ୟାଚ୍ ( ସିଡ୍ନୀ )
ଜାନୁଆରୀ ୧୨ ତାରିଖରେ ପର୍ଥ ଷ୍ଟାଡିୟମ୍ରେ ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚ୍ ୧୫ରେ ମେଲବୋର୍ଣ୍ଣରେ ଖେଳାଯିବ। ସେହିଭଳି ୧୭ ତାରିଖରେ ସିଡ୍ନୀ ଗ୍ରାଉଣ୍ଡରେ ଖେଳାଯିବା ତୃତୀୟ ମ୍ୟାଚ୍।
ମହିଳା ଟିମ୍ ପାଇଁ କାର୍ଯ୍ୟସୂଚୀ
ତେବେ ଫେବ୍ରୁଆରୀରେ ବିଶ୍ୱକପ୍ ୨୦୨୧ ପୂର୍ବରୁ ଭାରତୀୟ ମହିଳା ଟିମ୍ ବି ଅଷ୍ଟ୍ରେଲିଆ ଗସ୍ତ କରିବ। ସେଠାରେ ଦିନିକିଆ ଫର୍ମାଟ୍ରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବା ଭାରତୀୟ ମହିଳା ଟିମ୍
ମହିଳା ଦିନିକିଆ ସିରିଜ୍ ୨୦୨୧
୨୨।୧: ପ୍ରଥମ ମ୍ୟାଚ୍ (କାନବେର୍ରା)
୨୫।୧: ଦ୍ୱିତୀୟ ମ୍ୟାଚ୍ ( ଓଭାଲ )
୨୮।୧: ତୃତୀୟ ମ୍ୟାଚ୍ (ବ୍ଲୁଣ୍ଡଷ୍ଟୋରନ୍ ଅରେନା)
ଜାନୁଆରୀ ୨୨ରେ କାନବେର୍ରାରେ ପ୍ରଥମ ମ୍ୟାଚ୍, ୨୫ରେ ଓଭାଲ୍ ଗ୍ରାଉଣ୍ଡରେ ଦ୍ୱିତୀୟ ମ୍ୟାଚ୍ ଓ ବ୍ଲୁଣ୍ଡଷ୍ଟୋରନ୍ ଅରେନା ଗ୍ରାଉଣ୍ଡରେ ୨୮ ତାରିଖରେ ତୃତୀୟ ମ୍ୟାଚ୍ ଖେଳାଯିବ।
ତେବେ କେବଳ ଭାରତ ନୁହେଁ, ୱେଷ୍ଟଇଣ୍ଡିଜ୍, ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ ଓ ଜିମ୍ବାୱେ ସହିତ କ୍ରିକେଟ୍ ମ୍ୟାଚ୍ କାର୍ଯ୍ୟସୂଚୀ ଘୋଷଣା କରିଛି କ୍ରିକେଟ୍ ଅଷ୍ଟ୍ରେଲିଆ।