ୱାନ୍‌ଡେ ସିରିଜ୍‌ର ବଦଲା ଟି-୨୦ରେ ନେଲା ଭାରତ

ସିଡ୍‌ନୀ: ଅଷ୍ଟ୍ରେଲିଆ ଠାରୁ ୱାନ୍‌ଡେ ସିରିଜ୍‌ର ବଦଲା ଟି-୨୦ରେ ନେଲା ଭାରତ। ତିନିଟିକିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଆଜିର ମ୍ୟାଚ୍‌ରେ ପାଣ୍ଡ୍ୟାଙ୍କ ଆକାଶ ଛୁଆଁ ଛକା ଧୱନ ଓ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଟି-୨୦ ସିରିଜ୍‌କୁ ୨-୦ରେ ଜିତି ନେଇଛି ଭାରତ।

ସିଡ୍‌ନୀରେ ଆଜି ଖେଳାଯାଉଥିବା ମ୍ୟାଚ୍‌ରେ ପ୍ରଥମ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିବା ଅଷ୍ଟ୍ରେଲିଆ ୨୦ ଓଭର ଖେଳି ୫ ୱିକେଟ୍ ହରାଇ ୧୯୪ ରନ୍‌ କରିଥିଲା। ଏହାର ଯବାବରେ ଭାରତ ୧୯.୪ ବଲ୍ ଖେଳି‌ ମାତ୍ର ୪ ୱିକେଟ୍ ହରାଇ ଲକ୍ଷ ହାସଲ କରିନେଇଛି।

ଇଣ୍ଡିଆ ପକ୍ଷରୁ ଶିଖର ଧୱନ ସର୍ବାଧିକ ୫୨ ରନ୍ କରିଥିବା ବେଳେ କ୍ୟାପ୍ଟେନ୍‌ ବିରାଟ କୋହଲି ୨୪ ବଲ୍ ଖେଳି ୪୦ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ମାତ୍ର ୨୨ ବଲ୍‌ରେ ଦମ୍‌ଦାର ୨୪ ରନ୍ କରିଥିଲେ। ଏହି ୩ ସୁପରଷ୍ଟାର୍‌ଙ୍କର ସୁପର ଶୋ’ ଯୋଗୁ ଅଷ୍ଟ୍ରେଲିଆ ହାତରୁ ସିରିଜ ଛଡ଼ାଇ ଆଣିଛି ଭାରତ।

You might also like