୧୦୦ତମ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ସଚିନ୍‌ , ଜାଣନ୍ତୁ ସେହି ବ୍ୟକ୍ତି ଜଣଙ୍କ କିଏ ?

ମୁମ୍ୱାଇ : ଭାରତର ସବୁଠୁ ବୟସ୍କ ପ୍ରଥମ ଶ୍ରେଣୀ କ୍ରିକେଟର ବସନ୍ତ ରାୟଜୀ ଶନିବାର ଦିନ ନିଜ ଜୀବନର ଶତକ ପୂରଣ କରିଛନ୍ତି । ଡାହାଣ ହାତି ବ୍ୟାଟ୍‌ସ ମ୍ୟାନ୍‌ ଥିବା ରାୟଜୀଙ୍କୁ ୧୦୦ ପୂରିଛି । ସେ ୧୯୪୦ର ଦଶକରେ ୯ଟି ପ୍ରଥମ  ଶ୍ରେଣୀ  ମ୍ୟାଚ୍‌ ଖେଳି ଥିଲେ । ଯେଉଁଥିରେ ୨୭୭ରନ୍‌ କରିଥିଲେ । ତାଙ୍କର ସର୍ବୋତ୍ତମ ସ୍କୋର ଥିଲା ୬୮ରନ୍‌ ।  ଯେତେବେଳେ ଭାରତ  ଦକ୍ଷିଣ ମୁମ୍ୱାଇର ବମ୍ୱେ ଜିମ୍‌ ଖାନାରେ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିଥିଲା ରାୟଜୀଙ୍କୁ ମାତ୍ର ୧୩ ବର୍ଷ ହୋଇଥିଲା ।

ସେ ଭାରତୀୟ କ୍ରିକେଟ୍‌ ଟିମ୍‌ର ସଂପୂର୍ଣ୍ଣ ଯାତ୍ରାର ସାକ୍ଷୀ । ସେ ମୁମ୍ୱାଇ ଓ ବରୋଦା ପାଇଁ ଖେଳୁଥିଲେ । ପ୍ରସିଦ୍ଧ କ୍ରିକେଟର ସଚିନ୍‌ ତେନ୍ଦୁଲକର ନିକଟରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଷ୍ଟିଭ୍‌ ୱ ଙ୍କ ସହ  ରାୟଜୀଙ୍କୁ ଭେଟିବା ପାଇଁ ଯାଇଥିଲେ ।

ତେ

ନ୍ଦୁଲକର ଟ୍ୱିଟ୍‌ରରେ ଲେଖିଛନ୍ତି , ‘ ଆପଣଙ୍କୁ ୧୦୦ତମ ଜନ୍ମଦିନର ଶୁଭ କାମନା ଶ୍ରୀ ବସନ୍ଦ ରାୟଜୀ । ଷ୍ଟିଭ୍‌ୱ ଓ ମୁଁ ଆପଣଙ୍କ ସହ ବହୁତ ଭଲ ସମୟ ବିତାଇଲୁ ଏବଂ ଅତୀତର କିଛି ଅଦ୍ଭୁତ କ୍ରିକେଟ୍‌ କାହାଣୀ ଶୁଣିଲୁ । ଆମର ପ୍ରିୟ ଖେଳ ବିଷୟରେ ମଧୁର ସ୍ମୃତିର କଥା ଶୁଣାଇ ଥିବାରୁ ଆପଣଙ୍କୁ ଧନ୍ୟବାଦ । ’

ଲାଲ ଅମର ନାଥ , ବିଜୟ ମର୍ଚେଣ୍ଟ , ସିକେ ନାଇଡୁ  ଓ  ବିଜୟ ହଜାରେଙ୍କ ସହ ଡ୍ରେସିଂ ରୁମ୍‌ରେ ରାୟଜୀ ସମୟ ବିତାଇଥିଲେ। ସେ ଅନେକ ବହି ମଧ୍ୟ ଲେଖିଛନ୍ତି ।

You might also like