ଇଂଲଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍‌ ପାଇଁ ଖେଳାଳି ଚୟନ: ଟିମ୍‌ରେ ନାହାନ୍ତି ବୁମ୍‌ରାହ 

ମୁମ୍ବାଇ: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।  ବିରାଟ୍ କୋହଲିଙ୍କ ନେତୃତ୍ୱରେ ଏହି ୧୮ ଜଣିଆ ଦଳରେ ନୂଆ ମୁହଁ ଭାବେ ସ୍ଥାନ ପାଇଛନ୍ତି ସୂର୍ଯ୍ୟକୁମାର ଯାଦବ, କୃଣାଲ ପାଣ୍ଡ୍ୟା ଏବଂ ପ୍ରସିଦ୍ଧ କ୍ରିଷ୍ଣା ସୂର୍ଯ୍ୟକୁମାର । ଚଳିତ ଟି-ଟ୍ୱେଣ୍ଟି ସିରିଜ୍‌ରେ ଡେବ୍ୟୁ କରିଥିବା ବେଳେ କୃଣାଲ ପୂର୍ବରୁ ଭାରତ ପାଇଁ ଟି-ଟ୍ୱେଣ୍ଟି ମ୍ୟାଚ ଖେଳିସାରିଛନ୍ତି। ତେବେ କର୍ଣ୍ଣାଟକର ୨୫ ବର୍ଷୀୟ ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା ପ୍ରଥମ ଥର ପାଇଁ ଅନ୍ତର୍ଜାତୀୟ ଦଳରେ ସାମିଲ ହୋଇଛନ୍ତି ।

ରୋହିତ ଶର୍ମାଙ୍କୁ ଟିମ୍ ଇଣ୍ଡିଆର ଭାଇସ୍ କ୍ୟାପଟେନ୍ ଦାୟିତ୍ୱ ଦିଆଯାଇଛି । ଏଥିସହ ରିଷଭ ପନ୍ଥ, ଓ୍ୱାଶିଂଟନ୍ ସୁନ୍ଦର, ଭୁବନେଶ୍ୱର କୁମାର ଏବଂ ମହମ୍ମଦ ସିରାଜଙ୍କୁ ମଧ୍ୟ ଦଳରେ ସାମିଲ କରାଯାଇଛି । ତେବେ ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ଦଳରେ ଥିବା ମୟଙ୍କ ଅଗ୍ରଓ୍ୱାଲ୍ , ମହମ୍ମଦ ସାମି, ମନୀଷ ପାଣ୍ଡେ, ନବଦୀପ ସୈନି ଏବଂ ସଞ୍ଜୁ ସାମସନ୍ ଏଥର ଦଳରେ ସ୍ଥାନ ପାଇନାହାନ୍ତି।

ସେହିପରି ୟସପ୍ରୀତ ବୁମରାହଙ୍କୁ ଦଳରେ ଦେଖିବାକୁ ମିଳିବ ନାହିଁ। ନିକଟରେ  ଟିଭି ଆଙ୍କର ସଞ୍ଜନା ଗଣେଶନଙ୍କ ସହ ତାଙ୍କର ବିବାହ ସମ୍ପନ୍ନ ହୋଇଯାଇଛି। ବିବାହ ପାଇଁ ସେ ନିଜ ନାମ ୱାନ୍‌ଡେ ଏବଂ ଟି-୨୦ରୁ ଫେରାଇ ନେଇଥିଲେ।

ଦିନିକିଆ ସିରିଜ୍ ପାଇଁ ଟିମ୍ ଇଣ୍ଡିଆରେ ସ୍ଥାନ ପାଇଥିବା ଖେଳାଳି ହେଲେ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧୱନ୍, ଶୁଭମନ ଗିଲ୍ , ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରିଷଭ୍ ପନ୍ଥ, କେ ଏଲ ରାହୁଲ୍, ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, କୃଣାଲ ପାଣ୍ଡ୍ୟା, ୱାସିଂଟନ ସୁନ୍ଦର, ଟି ନଟରାଜନ୍, ଭୁବନେଶ୍ୱର କୁମାର, ମହମ୍ମଦ ସିରାଜ୍, ପ୍ରସିଦ୍ଧ କ୍ରିଷ୍ଣା ଓ ସାର୍ଦ୍ଦୁଳ ଠାକୁର। ଆସନ୍ତା ୨୩, ୨୬ ଏବଂ ୨୮ରେ ପୁଣେରେ ଖେଳାଯିବ ୩ଟି ଯାକ ମ୍ୟାଚ।

You might also like