ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଶେଷ ଟି-୨୦ ମ୍ୟାଚ୍

ସିଡନୀ: ଭାରତ ଅଷ୍ଟ୍ରେଲିଆ ଭିତରେ ଆଜି ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍ ଖେଳାଯିବ। ସିରିଜ୍‌ରେ ୨-୦ରେ ଆଗୁଆ ଥିବା ଭାରତୀୟ ଦଳ କ୍ଲିନ୍ ସୁଇପ୍ କରିବାକୁ ମୈଦାନକୁ ଓହ୍ଲାଇବ। ପୂର୍ବ ମ୍ୟାଚ୍‌ର ସ୍କ୍ୱାର୍ଡକୁ ଏଥର ବି ଦୋହରାଇ ପାରେ ଟିମ୍ ଇଣ୍ଡିଆ।

ଗତ ମ୍ୟାଚ୍‌ରେ ପାଣ୍ଡ୍ୟା ଓ ଧୱନଙ୍କ ଧୁଆଁଧାର ଇନିଂସ୍ ଦେଖିବାକୁ ମିଳିଥିଲା। ସେହିପରି ଆଜି ସିଡ୍‌ନୀ ଗ୍ରାଉଣ୍ଡରେ ସମାନ ଦୃଶ୍ୟ ଦୋହରାଇପାରେ ବିରାଟ ବ୍ରିଗେଟ୍। ସେହିପରି ଏହି ମ୍ୟାଚ୍‌କୁ ଜିତି ସମ୍ମାନ ରକ୍ଷା ପାଇଁ ଚେଷ୍ଟା କରିପାରେ ଅଷ୍ଟ୍ରେଲିଆ ଦଳ।

ଡିସେମ୍ବର ୬ ତାରିଖରେ ଖେଳାଯାଇଥିବା  ଦ୍ୱୀତୟ ମ୍ୟାଚ୍‌କୁ ଜିତି ନେଇଥିଲା ଭାରତ। ତିନିଟିକିଆ ଟି-୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଭାରତ ଦମ୍‌ଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ପରାସ୍ତ କରିଥିଲା। ମ୍ୟାଚ୍‌ରେ ପାଣ୍ଡ୍ୟାଙ୍କ ଆକାଶ ଛୁଆଁ ଛକା ଧୱନ ଓ କୋହଲିଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ସିରିଜ୍‌ରେ ୨-୦ରେ ଆଗୁଆ ରହିଛି।

You might also like