ମହିଳା ବିଶ୍ୱ କପ୍ ହକି କ୍ୱାର୍ଟରରେ ଭାରତ
ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ
ଲଣ୍ଡନ: ଲଣ୍ଡନରେ ଚାଲିଥିବା ମହିଳା ବିଶ୍ୱକପ୍ ହକିରେ ଭାରତର ବାଜିମାତ। ମହିଳା ହକି ଟିମ୍ କ୍ୱାର୍ଟର ଫାଇନାଲକୁ ପ୍ରବେଶ କରିଛି। ଗତକାଲି ଖେଳାଯାଇଥିବା ଏକ କ୍ରସ୍ଓଭର ମ୍ୟାଚରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରି କ୍ୱାର୍ଟର ଫାଇନାଲ ଟିକେଟ୍ ହାସଲ କରିଛି।
କାଲି ମ୍ୟାଚ୍ରେ ଦମଦାର ପ୍ରଦର୍ଶନ କରିଥିଲେ ଭାରତୀୟ ଖେଳାଳି। ଦଳ ପକ୍ଷରୁ ପ୍ରଥମ ୯ ମିନିଟ୍ରେ ଲାଲ୍ ରେମିସିଆମି ପ୍ରଥମ ଗୋଲ ସ୍କୋର କରିଥିଲେ। ୪୫ ମିନିଟରେ ପେନାଲ୍ଟି କର୍ଣ୍ଣରରେ ଦ୍ୱିତୀୟ ଗୋଲ ନେହା ଗୋୟଲ କରିଥିଲେ ।
୫୫ ମିନିଟରେ ସେହିପରି ଆଉ ଏକ ପେନାଲଟି କର୍ନରରେ ବନ୍ଦନା କାଟ୍ରିୟା ତୃତୀୟ ଗୋଲ ମାରିଥିଲେ। ଆସନ୍ତାକାଲି କ୍ୱାର୍ଟର ଫାଇନାଲରେ ଆୟାର୍ଲାଣ୍ଡକୁ ସାମନା କରିବ ଭାରତ। ଗ୍ରୁପ ବିରେ ସ୍ଥାନ ପାଇଥିବା ଭାରତ ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧-୧ ଗୋଲରେ ମ୍ୟାଚ ଡ୍ର ରଖିଥିଲା। ଦ୍ୱିତୀୟ ମ୍ୟାଚରେ ଆୟର୍ଲାଣ୍ଡ ଠାରୁ ଦଳ ପରାସ୍ତ ହୋଇଥିଲା ଏବଂ ତୃତୀୟ ଲିଗ୍ ମ୍ୟାଚ୍ରେ ଆମେରିକା ସହ ୧-୧ ରେ ଡ୍ର ରହିଥିଲା ଭାରତ।