ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍
ମେଲବୋର୍ଣ୍ଣ: ବକ୍ସିଂ ଡେ ଟେଷ୍ଟରେ ଟିମ୍ ଇଣ୍ଡିଆର ବାଜିମାତ୍। ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟେଷ୍ଟ ପରାଜୟର ବଦଲା ନେବା ସହ ଦେଶବାସୀଙ୍କୁ ଆଡଭାନ୍ସ ନୂଆବର୍ଷ ଭେଟି ଦେଇଛି ଭାରତୀୟ ଦଳ। ବୋଲରଙ୍କ ଘାତକ ବୋଲିଂ ଆଗରେ ଟେକି ପାରିନଥିଲା ଅଷ୍ଟ୍ରେଲିଆର ବ୍ୟାଟିଂ ଲାଇନ୍ ବୁମରା ଓ ସିରାଜଙ୍କ ମାପଚୁପ ବୋଲିଂ ସାଙ୍ଗକୁ ଆର ଅଶ୍ୱିନୀଙ୍କ ଯାଦୁକାରୀ ସ୍ପିନ୍ କଙ୍ଗାରୁ ବ୍ୟାଟ୍ସମ୍ୟାନ ମାନଙ୍କୁ ଅସୁବିଧାରେ ପକାଇଥିଲା। ଦ୍ୱିତୀୟ ଟେଷ୍ଟକୁ ଜିତି ସିରିଜକୁ ୧-୧ରେ ବରାବର କରିବା ସହ ବକ୍ସିଂ ଡେ ଟେଷ୍ଟରେ ଭାରତର ଏହା ଚତୁର୍ଥ ବିଜୟ।
ମେଲବୋର୍ଣ୍ଣରେ ମାଟି କାମୁଡିଲା କଙ୍ଗାରୁ ଦଳ ବକ୍ସିଂ ଡେ ଟେଷ୍ଟରେ ଭାରତ ଭେଟି ଦେଲା ବିରାଟ ବିଜୟ। ପ୍ରଥମ ଟେଷ୍ଟ ପରାଜୟର ବଦଲା ନେଲା ଟିମ୍ ଇଣ୍ଡିଆ ଆଡିଲେଡରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭଲ ସ୍ଥିତିରେ ଥାଇ ମଧ୍ୟ ପରାଜୟ ବରଣ କରିଥିଲା। ଭାରତ ଦ୍ୱିତୀୟ ଇନିଂସରେ ମାତ୍ର ୩୬ ରନରେ ଅଲଆଉଟ୍ ହୋଇ ଅନେକ ଅଲୋଡା ରେକର୍ଡ ସାଉଁଟି ଥିଲା ଟିମ୍ ଇଣ୍ଡିଆ। ମାତ୍ର ପ୍ରଥମ ଟେଷ୍ଟ ପରି ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବୋଲର ସେମାନଙ୍କ ଜଲଓ୍ୱା ଦେଖାଇଥିଲେ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆକୁ ୧୯୫ ରନ୍ରେ ଅଲଆଉଟ୍ କରିଦେଇଥିଲେ।
- ୮ ୱିକେଟରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ
- ୨ ୱିକେଟରେ ୭୦ ରନ କରି ଜିତିଲା ଭାରତ
- ଅଷ୍ଟ୍ରେଲିଆ ୧୯୫ ଓ ୨୦୦; ଭାରତ ୩୨୬ ଓ ୭୦/୨
- ୨ୟ ମ୍ୟାଚ ସୁଦ୍ଧା ୪ ମ୍ୟାଚ ଟେଷ୍ଟ ସିରିଜ ୧-୧ରେ ବରାବର
ପରେ ମେଲବୋର୍ଣ୍ଣ ରଣଭୂମୀରେ ରାହାଣେ ଦେଖାଇଥିଲେ କମାଲ। ରାହାଣେଙ୍କ ମାଷ୍ଟରକ୍ଲାସ ୧୧୨ ରନ୍ ସ୍କୋର ସାଙ୍ଗକୁ ରବୀନ୍ଦ୍ର ଜାଡେଜାଙ୍କ ଅର୍ଦ୍ଧଶତକୀୟ ଇନିଂସ ଏବଂ ଯୁବ ତାରକା ଶୁଭମନ ଗିଲଙ୍କ ୪୫ ରନ୍ର ଭାଗିଦାରୀ ଫଳରେ ଦଳ ୩୨୬ ରନ୍ର ଏକ ସମ୍ମାନଜନକ ପାଳି ଖେଳିପାରିଥିଲା।
ଦ୍ୱିତୀୟ ଇନିିଂସରେ ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାତ୍ର ରନ୍ରେ ଅଲଆଉଟ୍ ହୋଇ ଭାରତର ବିଜୟକୁ ଅଧିକ ସହଜ କରିଦେଇଥିଲେ। ଫଳରେ ଗୋଟିଏ ଦିନ ବାକି ଥାଇ ଟିମ୍ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟକୁ ଜିତିବା ସହ ସିରିଜ୍କୁ ୧-୧ରେ ବରାବର କରିପାରିଛି। ଦ୍ୱିତୀୟ ଟେଷ୍ଟ ଆଜିଙ୍କ୍ୟ ରାହାଣେଙ୍କ ଅଧିନାୟିକତ୍ୱରେ ପଡ଼ିଆକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆ ବିଜୟ ହାସଲ ସହ ନୂଆ ବର୍ଷ ପୂର୍ବରୁ ଭାରତୀୟକୁ ଆଡଭାନ୍ସ ବିଜୟ ଭେଟି ଦେଇଛି। ବକ୍ସିଂ ଡେ ଟେଷ୍ଟରେ ପୂର୍ବରୁ ଇଣ୍ଡିଆ ୩ଟି ମ୍ୟାଚ ଜିତି ଥିବାବେଳେ ଏହା ଚତୁର୍ଥ ବିଜୟ।