୫୨୧ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ଲଣ୍ଡନ: ନଟିଂହାମ୍ ଟେଷ୍ଟରେ ଇଂଲଣ୍ଡ ଅାଗରେ ୫୨୧ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ। ଅାଜି ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ ୩୫୨ ରନର ଅଗ୍ରଣୀ ନେଇ ଏହି ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ସେପଟେ ପ୍ରଥମ ଇନିଂସରେ ୯୭ରନ କରି ଶତକରୁ ବଞ୍ଚିତ ହୋଇଥିବା ବିରାଟ କୋହଲି ଦ୍ୱିତୀୟ ଇନିଂସରେ ଶତକୀୟ ଇନିଂସ ଖେଳିଛନ୍ତି। ସେ ୧୦୩ ରନ କରି ଅାଉଟ ହୋଇଛନ୍ତି।

ସେହିଭଳି ପୂଜାରାଙ୍କ ୭୨ ରନ୍ ଓ ପାଣ୍ଡ୍ୟାଙ୍କ ୫୨ ରନ୍ ବଳରେ ଭାରତ ସ୍ଥିତି ଦୃଢ଼ କରିିଛି। ଭାରତ ପ୍ରଥମ ଇନିଂସରେ ୩୨୯ ରନ କରି ଅଲଅାଉଟ ହୋଇଥିବା ବେଳେ ଇଂଲଣ୍ଡର ପ୍ରଥମ ଇନିଂସ ମାତ୍ର ୧୬୧ରେ ସୀମିତ ରହିଥିଲା। ପ୍ରଥମ ଇନିଂସରେ ୧୬୮ରନରେ ଅଗ୍ରଣୀ ଥିବା ଭାରତ ଦ୍ୱିତୀୟ ଇନିଂସରେ ମଧ୍ୟ ପ୍ରଭାବଶାଳୀ ପ୍ରଦର୍ଶନ କରିଥିଲା। ୫ ଟିକିଅା ଟେଷ୍ଟ ସିରିଜର ପ୍ରଥମ ଦୁଇଟି ମ୍ୟାଚ୍ ହାରିଥିବାରୁ ଏହି ମ୍ୟାଚ୍ ଜିତି ସିରିଜରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଅା।

You might also like