ହକି ବିଶ୍ୱକପ୍ : ଆଜି ଭାରତ-ନେଦରଲାଣ୍ଡସ୍ ମୁକାବିଲା

ଭୁବନେଶ୍ୱର : ହକି ବିଶ୍ୱକପ୍ କ୍ୱାର୍ଟର ଫାଇନାଲ୍‌ରେ ଆଜି ନେଦରଲାଣ୍ଡସକୁ ଭେଟିବ ଟିମ୍‌ ଇଣ୍ଡିଆ। ସେମିଫାଇନାଲ ସିଟ୍ ପାଇଁ ଉଭୟଙ୍କ ମଧ୍ୟରେ ହେବ କଡ଼ା ଟକ୍କର। ଆଟାକିଂ ହକି ପାଇଁ ପରିଚିତ ଡଚ୍ ଖେଳାଳିଙ୍କୁ ଟିମ୍ ଇଣ୍ଡିଆର ଡିଫେଣ୍ଡରମାନେ କିଭଳି ଜବାବ ଦେଉଛନ୍ତି ତା ଉପରେ ହକି ପ୍ରେମୀମାନେ ନଜର ରଖିଛନ୍ତି।

ବିଶ୍ୱ ରାଙ୍କିଙ୍ଗରେ ନେଦରଲାଣ୍ଡସ୍ ୪ ନମ୍ବର ସ୍ଥାନରେ ଥିବା ବେଳେ ୫ ନମ୍ବର ରାଙ୍କରେ ଅଛି ଆୟୋଜକ ଭାରତ। ଟିମ୍ ଇଣ୍ଡିଆକୁ ଘରୋଇ ଦର୍ଶକଙ୍କ ସମର୍ଥନ ରହିଥିବାରୁ ନେଦରଲାଣ୍ଡସ ଟିମ୍‌ ଚାପରେ ରହିପାରେ। ବିଶ୍ୱକପ୍ ହକି ଇତିହାସରେ ଭାରତ ଓ ନେଦରଲାଣ୍ଡସ ମଧ୍ୟରେ ଏଯାଏଁ ୬ଥର ମୁକାବିଲା ହୋଇଛି।

ଆଉ ସବୁଥିରେ ପରାଜୟର ସାମ୍ନା କରିଛି ଭାରତ। ତେବେ ୨୦୧୪ରେ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ହକିରେ ନେଦରଲାଣ୍ଡସ୍‌କୁ ୩-୨ ଗୋଲରେ ହରାଇଥିଲା ଭାରତୀୟ ହକି ଟିମ୍।

 

You might also like