ମେଲବୋର୍ଣ୍ଣ ଟେଷ୍ଟ : ଅଷ୍ଟ୍ରେଲିଆ ଆଗରେ ୩୯୯ ରନ୍ ବିଜୟ ଲକ୍ଷ୍ୟ

ମେଲବୋର୍ଣ୍ଣ  : ମେଲବୋର୍ଣ୍ଣ ଟେଷ୍ଟରେ ବିଜୟ ଦ୍ୱାର ଦେଶରେ ଭାରତ। ବିଜୟ ପାଇଁ ଟିମ୍‌ ଇଣ୍ଡିଆକୁ ଦରକାର ଆଉ ମାତ୍ର ୨ ୱିକେଟ୍‌। ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଆଜି ଅଷ୍ଟ୍ରେଲିଆ ୮ ୱିକେଟ୍‌ ହରାଇ କରିଛି ୨୫୮ ରନ୍।

ପ୍ରଥମ ଇନିଂସ୍‌ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ କଙ୍ଗାରୁ ଟିମ୍ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଆଜି ଚତୁର୍ଥ ଦିନରେ ଭାରତ ଦ୍ୱିତୀୟ ଇନିଂସରେ ୧୦୬ ରନ୍ କରି ପାଳି ଘୋଷଣା କରିଥିଲା।

ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଆଗରେ ୩୯୯ ରନ୍‌ର ଟାର୍ଗେଟ ରଖିଛି। ଦୁଇ ଦେଶ ମଧ୍ୟରେ ଚାଲିଥିବା ୪ ଟିକିଆ ଟେଷ୍ଟ ସିରିଜ ଏବେ ୧-୧ରେ ବରାବର ଅଛି।

You might also like