ଟି-୨୦ ସିରିଜ୍‌ ଜିତିଲା ଭାରତ

ଲକ୍ଷ୍ନୌ : ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ୨ୟ ଟି-୨୦କୁ ସହଜରେ ଜିତିନେଲା ଭାରତ । ୭୧ ରନ୍‌ରେ ୱେଷ୍ଟ ଇଣ୍ଡିଜ୍‌କୁ ହରାଇ ୨-୦ରେ ଅଗ୍ରଣୀ ସହ ସିରିଜ୍‌ ହାତେଇଛି ଭାରତ ।

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭର୍‌ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ତଥା ଐତିହାସିକ ଶତକ ବଳରେ ୨ ୱିକେଟ୍ ହରାଇ ୧୯୫ ରନ୍‌ କରିଥିଲା। ଏହାର ଜବାବ୍‌ରେ ଇଣ୍ଡିଜ୍‌ ୯ ୱିକେଟ୍‌ ହରାଇ ମାତ୍ର ୧୨୪ ରନ୍‌ କରିବାରେ ସକ୍ଷମ ହୋଇଥିଲା।

You might also like
Comments
Loading...