ଲିଗ୍ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଲିଗ୍ ପରାଜୟର ପ୍ରତିଶୋଧ ନେଲା ଟିମ୍ ଇଣ୍ଡିଆ। ନିଦାହାସ୍ ତ୍ରିରାଷ୍ଟ୍ରୀୟ ଟି-୨୦ ସିରିଜରେ ଭାରତ ୬ ଓ୍ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି।

ଓ୍ୱିକେଟ୍ କିପର ଦିନେଶ କାର୍ତ୍ତିକ ଏବଂ ମନୀଶ ପାଣ୍ଡେଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି।  ଏହାସହ ଭାରତର ଫାଇନାଲ ଖେଳିବା ଆଶା ଉଜ୍ଜିବୀତ ହୋଇଛି।

କଲମ୍ବୋରେ ଖେଳାଯାଇଥିବା ଏହି ମ୍ୟାଚ୍ ବର୍ଷା ଯୋଗୁଁ ପ୍ରାୟ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୧୫୨ ରନ କରିଥିଲା।  ଦଳ ପକ୍ଷରୁ କୁସଲ ମେଣ୍ଡିସ୍ ସର୍ବାଧିକ ୫୫ ରନ କରିଥିଲେ।  ଭାରତ ପକ୍ଷରୁ ସାର୍ଦୁଲ ଠାକୁର ସର୍ବାଧିକ ୪ଟି ଓ୍ୱିକେଟ ହାସଲ କରିଥିଲେ।  ତେବେ ୧୫୩ ରନର ବିଜୟ ଲକ୍ଷକୁ ଭାରତ ୯ଟି ବଲ୍  ବାକି ଥାଇ ହାସଲ କରିନେଇଥିଲା।

ଜବରଦସ୍ତ ବୋଲିଂ ପାଇଁ ଯୁବ ଭାରତୀୟ ବୋଲର ସାର୍ଦୁଲ ଠାକୁରଙ୍କୁ ମ୍ୟାନ୍  ଅଫ୍ ଦି ମ୍ୟାଚ ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ

ପୁଣି ଚମକିଲା ଦିଲ୍ଲୀ ବୋଲିଂ, ହାଇଦ୍ରାବାଦ ୧୬୨/୪

ଟସ୍ ଜିତିଲା ଦିଲ୍ଲୀ, ଫେରିଲେ ଈଶାନ୍ତ ଶର୍ମା

ମୁସଲିମ୍ କ୍ରିକେଟର୍‌ଙ୍କ ଉପରେ ଢାଳିଲେ ବିଅର୍, ଆଉ ତା’ ପରେ…

ମାତ୍ର ୧୦ ମ୍ୟାଚ୍‌ରେ ୧୫୩ ଛକା

ସୁପର ଓଭରରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କଲା ବେଙ୍ଗାଲୁର

ସନ୍‌ରାଇଜର ହାଇଦ୍ରାବାଦକୁ ହରାଇ ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

ପୁଣି ଟସ୍ ଜିତିଲେ ଧୋନି, ଦିଲ୍ଲୀ ଟିମରୁ ଅଶ୍ୱିନ୍ ଆଉଟ୍

ଗାଭାସ୍କରଙ୍କୁ ମୁହଁତୋଡ଼ ଜବାବ ଦେଲେ ବିରାଟ୍ କୋହଲିଙ୍କ ପତ୍ନୀ

ଆଇପିଏଲ୍‌ରେ ବର୍ଷିଲା ରାହୁଲଙ୍କ ବ୍ୟାଟ୍, ୬୯ ବଲ୍‌ରେ ୧୩୨* ରନ୍

ବିରାଟ୍‌ କୋହଲିଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶ୍ନ, ‘ଏତେ ଫିଟ୍ କେମିତି ରହୁଛ’

ପରଲୋକରେ ଅଷ୍ଟ୍ରେଲିଆର ମହାନ୍ କ୍ରିକେଟର୍ ଡିନ୍ ଜୋନ୍ସ

ଦମ୍ ଦେଖାଇଲେ ରୋହିତ୍, କେକେଆରକୁ ୧୯୬ ରନ୍‌ର ଟାର୍ଗେଟ୍

You might also like