ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ

ୱେଲିଂଟନ : ୱେଲିଂଟନ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ରୋମାଞ୍ଚକର ବିଜୟ। ନ୍ୟୁଜିଲାଣ୍ଡକୁ ୩୫ ରନ୍‌ରେ ହରାଇଲା ଭାରତ। ପ୍ରତିଦ୍ୱନ୍ଦୀତା ପୂର୍ଣ୍ଣ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୫୨ରନ୍‌ରେ ଅଲଆଉଟ୍‌ ହୋଇଥିଲା। ଜବାବରେ କିୱି ଟିମ୍ ୪୪.୧ ଓଭରରେ ୨୧୭ରନ୍‌ କରି ଅଲ୍‌ଆଉଟ୍‌ ହୋଇଥିଲା।

ୱେଲିଂଟନରେ ବିଜୟ ସହ ଟିମ୍‌ ଇଣ୍ଡିଆ ୪-୧ରେ ସିରିଜ କବଜା କରିଛି।   ଭାରତ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ଟିମ୍ ହାମିଲଟନରେ ମ୍ୟାଚ୍‌ ହାତେଇଥିଲା।

ପ୍ରଥମେ ବ୍ୟାଟିଂ କରି ଭାରତ ୪୯ ଓଭର ୫ଟି ବଲ୍‌ରେ ୨୫୨ ରନ୍‌ରେ ଅଲ୍ଆଉଟ ହୋଇଥିଲା। ଟପ୍ ଅର୍ଡର ଭୁଶୁଡ଼ିବା ପରେ ଦଳ ସଂକଟରେ ପଡ଼ିଥିଲା। ଏହା ପରେ ସ୍ଥିତି ସମ୍ଭାଳି ଥିଲେ ଅମ୍ବାତି ରାୟୁଡୁ ଓ ବିଜୟ ଶଙ୍କର। ରାୟୁଡୁ ୧୧୩ ବଲ୍‌ରେ ଆକର୍ଷଣୀୟ ୯୦ ରନ୍ କରିଥିଲେ। ତାଙ୍କର ଇନିଂସ୍‌ରେ ଥିଲା ୮ଟି ଚୌକା ଓ ୪ଟି ଛକ୍କା। ବିଜୟ ଶଙ୍କର ୪୫ ରନ୍, କେଦାର ଯାଦବ ୩୪ ରନ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୨ ଟି ବଲ୍‌ରୁ ଧୁଆଁଧାର ୪୫ ରନ୍ କରିଥିଲେ।

You might also like