କୋହଲି ବାହିନୀର କମାଲ: ଟି-ଟ୍ୱେଣ୍ଟି ସିରିଜ କବ୍‌ଜା କଲା ଭାରତ

ଅହମ୍ମଦବାଦ: ମୋଟେରାରେ ଭାରତର ବିଜୟ। ୫ ମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୨ରେ ଜିତିଲା ଭାରତ। ଏଠାରେ ଚାଲିଥିବା ପଞ୍ଚମ ତଥା ଶେଷ ଟି-୨୦ ମ୍ୟାଚ୍‌ ଜିତି ଭାରତ ସିରିଜ୍ ଦଖଲ କରିନେଇଛି। ଏହି ମ୍ୟାଚରେ କୋହଲି ବାହିନୀ ୩୬ ରନରେ ଇଂଲଣ୍ଡକୁ ହରାଇଛି।  ଭାରତ ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ଇଂଲଣ୍ଡ ଆଗରେ ୨୨୫ ରନ୍‌ର ବଡ଼ ଟାର୍ଗେଟ ରଖିଥିଲା କିନ୍ତୁ ଇଂଲଣ୍ଡ ଟିମ୍ ନିର୍ଦ୍ଧାରିତ ଓଭରରେ ୧୮୮ ରନ କରିବାକୁ ସକ୍ଷମ ହୋଇଥିଲା। ଏହାସହ ବଟଲର୍ ଓ ମାଲନଙ୍କ ଅର୍ଦ୍ଧଶତକ ବେକାର ଯାଇଛି। ଭୁବନେଶ୍ୱର କୁମାର ଓ ସର୍ଦ୍ଦୁଲଙ୍କୁ ୨ଟି ଲେଖାଏଁ ଓ୍ୱିକେଟ ମିଳିଛି।

ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ଆଗରେ ୨୨୫ ରନ୍‌ର ବିଶାଳ ସ୍କୋର ବଡ଼ ଟାର୍ଗେଟ ରଖିଛି। ଧୂଆଁଧାର ବ୍ୟାଟିଂ କରିଛନ୍ତି ବିରାଟ କୋହଲି, ରୋହିତ ଶର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା। ଓପ୍ନିଙ୍ଗ ଯୋଡ଼ିରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ମଧ୍ୟରେ ୯୪ ରନ୍‌ର ପାର୍ଟନରସିପ୍ ହୋଇଥିଲା। ୯ ଓଭର ୪ଟି ବଲ୍‌ରେ ଭାରତ ୧୦୦ ରନ୍ ଛୁଇଁଥିଲା।

ରୋହିତ ୩୪ ବଲ୍‌ରେ ୬୪ ରନ୍ କରି ପ୍ୟାଭିଲିୟନ୍ ଫେରିବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୭ ବଲ୍‌ ୩୨ ରନ୍ କରିଥିଲେ। ଏହାପରେ କ୍ରିଜ୍‌ଙ୍କୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଆରମ୍ଭରୁ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ। ଗୋଟିଏ ପଟେ କ୍ୟାପ୍ଟେନ କୋହଲି ଆଉ ଅନ୍ୟପଟେ ପାଣ୍ଡ୍ୟା ମିଶି ଇଂଲଣ୍ଡ ବୋଲରଙ୍କୁ ଧୁଲେଇ କରିଥିଲେ।

କୋହଲି ମାତ୍ର ୫୨ଟି ବଲ୍‌ରୁ ଅପରାଜିତ ୮୦ ରନ କରିଥିବା ବେଳେ ପାଣ୍ଡ୍ୟା ୧୭ ବଲ୍‌ରୁ ଅପରାଜିତ ୩୯ ରନ୍ କରିଥିଲେ। ଫଳରେ ସ୍କୋର ୨୨୪ ରନ୍ ହୋଇଥିଲା ୨୨୫ ରନ୍ ବିଜୟଲକ୍ଷ୍ୟ ନେଇ ଇଂଲଣ୍ଡ ବ୍ୟାଟିଂ କରିଥିଲେ ଲକ୍ଷ୍ୟ ହାସଲ କରିପାରିନଥିଲା। ଆସନ୍ତା ୨୩ରୁ ଖେଳାଯିବ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ଖେଳାଯିବ।

You might also like