ଅଷ୍ଟ୍ରେଲିଆକୁ ୩୧ ରନ୍‌ରେ ହରାଇଲା ଭାରତ

ଆଡେଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌ ମ୍ୟାଚ୍‌କୁ ଭାରତୀୟ ଟିମ୍‌ କବ୍‌ଜା କରି ନେଇଛି। ଆଡେଲେଡ୍‌ରେ ସଂଘର୍ଷପୂର୍ଣ୍ଣ ଭାବେ ୩୧ ରନ୍‌ରେ ମ୍ୟାଚ୍‌କୁ ଛଡ଼ାଇ ଆଣିଛି ଟିମ୍‌ ଇଣ୍ଡିଆ।

୪ ୱିକେଟ୍‌ରେ ୧୦୪ ରନ୍‌ରୁ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଟିମ୍‌କୁ ୨୯୧ ରନ୍‌ରେ ସୀମିତ ରଖିଛି ଭାରତୀୟ ଦଳ। ସେପଟେ ପୁଣି ଥରେ ଆଡେଲେଡ୍‌ରେ ବୋଲର୍‌ଙ୍କ ଜଲୱା ଦେଖିବାକୁ ମିଳିଛି। ଯଶପ୍ରୀତ୍ ବୁମ୍ରା, ରବିଚନ୍ଦ୍ରନ ଅଶ୍ୱିନ୍ ଓ ମହମ୍ମଦ ଶାମି ୩ଟି ଲେଖାଏ ୱିକେଟ୍ ପାଇଥିବା ବେଳେ ଇଶାନ୍ତ ଶର୍ମା ଗୋଟିଏ ୱିକେଟ୍ ନେଇଥିଲେ।

ଘରୋଇ ଟିମ୍ ପକ୍ଷରୁ ଶନ୍ ମାର୍ଶ ୬୦ ରନ୍ କରିଥିଲେ। ପ୍ରଥମ ଇନିଂସ୍‌ରେ ୧୨୩ ରନ୍ ଓ ଦ୍ୱିତୀୟ ଇନିଂସ୍‌ରେ ୭୧ ରନ୍ କରିଥିବା ଚେତେଶ୍ୱର ପୂଜାରାଙ୍କୁ ‘ମ୍ୟାନ୍ ଅଫ୍ ଦ ମ୍ୟାଚ୍’ ପ୍ରଦାନ କରାଯାଇଛି।

You might also like