ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ହରାଇଲା ଭାରତ-ଏ

ଥିରୁଅନନ୍ତପୁରମ୍: କ୍ୟାପଟେନ୍ ମନିଷ ପାଣ୍ଡେ ଦମଦାର ବ୍ୟାଟିଂ ଓ ଶିବମ ଦୁବେଙ୍କ ବିସ୍ଫୋରକ ଇନିଂସକୁ ଆଧାର କରି ଭାରତ-ଏ ଏଠାରେ ଅନୁଷ୍ଠିତ ତୃତୀୟ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକାକୁ ୪ ୱିକେଟରେ ପରାସ୍ତ କରିଛି। ଏଥିସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ କବଜା କରିନେଇଛି। ସିରିଜର ଶେଷ ଦୁଇଟି ମ୍ୟାଚ୍ ୪ ଏବଂ ୬ ତାରିଖରେ ଖେଳାଯିବ।

ସୋମବାର ମ୍ୟାଚ୍ ମଧ୍ୟ ବର୍ଷା ବାଧାପ୍ରାପ୍ତ ହୋଇଥିଲା, ଯେଉଁକାରଣରୁ ମ୍ୟାଚକୁ ୩୦ ଓଭର ବିଶିଷ୍ଟ କରାଯାଇଥିଲା। ଦକ୍ଷିଣ ଆଫ୍ରିକା-ଏ ପ୍ରଥମେ ବ୍ୟାଟିଂ କରି ୮ ୱିକେଟ୍ ବିନିମୟରେ ୨୦୭ ରନ୍ କରିଥିଲା। ଜବାବରେ ଭାରତ-ଏ ୨୭.୫ ଓଭରରେ ୬ ୱିକେଟ୍ ହରାଇ ୨୦୮ ରନ୍ କରି ବିଜୟୀ ହୋଇଛି। କ୍ୟାପଟେନ୍ ମନିଷ ପାଣ୍ଡେ ସର୍ବାଧିକ ୮୧ (୫୯ ବଲ୍, ୩ ଚୌକା, ୫ ଛକା) ରନ୍ କରି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

୨୦୮ ରନର ଲକ୍ଷ୍ୟର ପିଛା କରୁଥିବା ଭାର-ଏ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟିମ୍ ୨୬ ରନରେ ଋତୁରାଜ ଗାଏକ୍ୱାଡ (୧), ରିକି ଭୁଇ (୦) ଓ କୃନାଲ୍ ପାଣ୍ଡ୍ୟା (୧୩)ଙ୍କୁ ହରାଇଥିଲା। ତେବେ ଇଶାନ୍ କିଶନ ଓ ମନିଷ ଚତୁର୍ଥ ୱିକେଟ୍ ପାଇଁ ୭୦ ରନର ଭାଗୀଦାରୀ କରି ଭାରତ-ଏ’କୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ। କିଶନ୍ ୪୧ ବଲରେ ୪ ଚୌକା ଓ ୧ ଛକା ସହ ୪୦ ରନ୍ କରି ଆଉଟ୍ ହୋଇଥିଲେ।

ଏହା ପରେ କ୍ୟାପଟେନ୍ ମନିଷ ଆକ୍ରମଣାତ୍ମକ ବ୍ୟାଟିଂ କରି ଟିମ୍ ଉପରୁ ଚାପ ହଟାଇଥିଲେ। ସେ ନୀତୀଶ ରାଣା (୧୩)ଙ୍କ ସହ ୩୭ ଏବଂ ଶିବମ ଦୁବେଙ୍କ ସହ ୪୧ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। ଟିମର ସ୍କୋର ୧୭୪ ଥିବା ବେଳେ ମନିଷଙ୍କୁ ଜୋର୍ନ ଫର୍ଚ୍ୟୁନ୍ ଆଉଟ୍ କରି ଭ୍ରମଣକାରୀ ଦଳକୁ ବଡ଼ ସଫଳତା ଦେଇଥିଲେ। କିନ୍ତୁ ଏହି ସମୟରେ ଶିବମ ଚମତ୍କାର ବ୍ୟାଟିଂ କରି ଭାରତ-ଏ’କୁ ବିଜୟୀ କରାଇଥିଲେ। ସେ ୨୮ ବଲରେ ୨ ଚୌକା ଓ ୩ ଛକା ସହ ୪୫ ରନ୍ କରି ଅପରାଜିତ ଥିଲେ। ତାଙ୍କ ସହ ଅକ୍ଷର ପଟେଲ୍ (୭) ମଧ୍ୟ ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ନୋର୍ଟଜେ ଓ ଲିଣ୍ଡେ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

ଏହା ପୂର୍ବରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା-ଏ ଭଲ ଆରମ୍ଭ ସତ୍ତେ୍ୱ ବଡ଼ ସ୍କୋର ଛିଡ଼ା କରିପାରିନଥିଲା। ଟିମର ଓପନିଂ ବ୍ୟାଟ୍ସମ୍ୟାନ୍ ରୀଜା ହେଣ୍ଡ୍ରିକ୍ସ (୯)ଙ୍କୁ ଦୀପକ ଚହର୍ ଆଉଟ୍ କରି ଘରୋଇ ଦଳକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହା ପରେ ଜାନେମନ୍ ମଲାନ୍ (୩୭) ଓ ମାଥ୍ୟୁ ବ୍ରିଜକେ (୩୬) ଟିମକୁ ଭଲ ସ୍ଥିତିରେ ପହଞ୍ଚାଇଥିଲେ।

କ୍ୟାପଟେନ୍ ତେମ୍ବା ବାଭୁମା (୨୭) ଓ ଖାୟା ଜୋଣ୍ଡୋ (୨୧)ଙ୍କ ଧିମା ବ୍ୟାଟିଂ ଯୋଗୁ ଟିମର ରନରେ ଅଙ୍କୁଶ ଲାଗିଥିଲା। ତେବେ ୱିକେଟକିପର ବ୍ୟାଟ୍ସମ୍ୟାନ୍ ହେନରିଚ୍ କ୍ଲାସେନଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକାର ସ୍କୋର ୨୦୦ ଅତିକ୍ରମ କରିପାରିଥିଲା। କ୍ଲାସେନ୍ ମାତ୍ର ୨୧ ବଲରେ ୨ ଚୌକା ଓ ୪ ଛକା ସହ ୪୪ ରନ୍ କରି ଚହରଙ୍କ ଶିକାର ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲିଣ୍ଡା ୧୭ ରନ୍ ଆଉଟ୍ ହୋଇଥିବା ବେଳେ ଫର୍ଚ୍ୟୁନ୍ ୪ ରନ୍ କରି ଅପରାଜିତ ଥିଲେ। ଭାରତ-ଏ ପକ୍ଷରୁ ଚହର୍ ଓ କୃନାଲ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଆହୁରି ପଢ଼ନ୍ତୁ

ଆଇପିଏଲ ବେଟିଂ; ଜବତ ହେଲା ବିପୁଳ ପରିମାଣର ଟଙ୍କା

ହାଇଦ୍ରାବାଦକୁ ୧୫୫ ରନ୍‌ର ଟାର୍ଗେଟ୍‌ ଦେଲା ରାଜସ୍ଥାନ

ବାଙ୍ଗାଲୋରଠାରୁ କାହିଁକି ହାରିଲା ନାଇଟ ରାଇଡର୍ସ ? ଜାଣନ୍ତୁ ଖାସ୍‌ କାରଣ

ଆଜି ଆରସିବି ଏବଂ କେକେଆର ମୁହାଁମୁହିଁ

ପଞ୍ଜାବଠାରୁ ହାରିବା ଆମ ଆଖି ଖୋଲିବା ସହ ସମାନ, ଆମକୁ ଅଧିକ ଦାୟୀତ୍ୱବାନ ହେବାକୁ ପଡ଼ିବ: ଶ୍ରେୟସ

ପଞ୍ଚମ ଖେଳାଳି ଭାବେ IPLରେ ୫ ହଜାର ରନ୍‌ ପୂରଣ କଲେ ଧାୱନ

‘ଆଉ କେତେ ଦୁଃଖୀ କରିବ ଧୋନି ଭାଇ !’ CSKକୁ ଟ୍ରୋଲ କଲେ ୟୁଜର୍ସ

ରାଜସ୍ଥାନକୁ ୧୨୬ ରନ୍‌ର ଟର୍ଗେଟ ଦେଲା ଧୋନି ବାହିନୀ

ଆଜି ଚେନ୍ନାଇ ଏବଂ ରାଜସ୍ଥାନ ମଧ୍ୟରେ ଟକ୍କର, ଟସ୍‌ ଜିତି ଚେନ୍ନାଇର ବ୍ୟାଟିଂ ନିଷ୍ପତି

ପବନରେ ଉଡ଼ି ମୟଙ୍କ ଅଗ୍ରୱାଲ ଧରିଲେ ଏମିତି କ୍ୟାଚ୍‌…ଭିଡିଓ ଭାଇରାଲ

IPL 2020: ମାତ୍ର ୩ ଇଞ୍ଚର ଦୂରତା ପାଇଁ ଖେଳିବାକୁ ପଡ଼ିଲା ୨ଟି ସୁପର ଓଭର

ପଞ୍ଜାବକୁ ୧୭୭ ରନ୍‌ର ଟାର୍ଗେଟ ଦେଲା ମୁମ୍ୱାଇ

You might also like