ଏସିଅା କପ୍ ସୁପର ଫୋର ପର୍ଯ୍ୟାୟ

ଅାଜି ପାକିସ୍ତାନ ସହ ହେବ ଟିମ୍‌ ଇଣ୍ଡିଅାର ଟକ୍କର

 ଦୁବାଇ : ଏସିଅା କପ୍ ସୁପର ଫୋର ପର୍ଯ୍ୟାୟରେ ଅାଜି ହାଇଭୋଲଟେଜ୍ ମୁକାବିଲା। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦ୍ୱୀ ପାକିସ୍ତାନ ସହ ହେବ ଟିମ୍‌ ଇଣ୍ଡିଅାର ଟକ୍କର। ଦୁବାଇରେ ଖେଳାଯିବ ଏହି ମ୍ୟାଚ । ଏସିଅା କପ୍‌ର ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିବା ପରେ ଭାରତର ମନୋବଳ ଦୃଢ ରହିଛି।

photo : krooknews.com

ଶୁକ୍ରବାର ଖେଳାଯାଇଥିବା ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତ ଦମଦାର ବିଜୟ ହାସଲ କରିଛି।  ଅାଜିର ମ୍ୟାଚ ନେଇ ଭାରତୀୟ ଖେଳାଳିଙ୍କ ମନୋବଳ ଦୃଢ ରହିଛି। ପାରମ୍ପରିକ ପ୍ରତିନ୍ଦ୍ୱନ୍ଦୀ ପାକିସ୍ତାନକୁ ପରାସ୍ତ କରି ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଣ୍ଡିଅା।

ସେପଟେ ଭାରତ ଠାରୁ ଗ୍ରୁପ ପର୍ଯ୍ୟାୟରେ ହାରିଥିବା ପାକିସ୍ତାନ ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି।  ଏସିଅା କପ୍‌ର ଚଳିତ ସିଜନ୍‌ରେ କେବଳ ଭାରତକୁ ଛାଡିଦେଲେ ସବୁ ଦଳକୁ ପରାସ୍ତ କରିଛି ପାକିସ୍ତାନ।

You might also like