ଭାରତ-ଅଷ୍ଟ୍ରେଲିଅା ପ୍ରଥମ ଟେଷ୍ଟ ; ପ୍ରଥମ ଦିନରେ ଭାରତ ୨୫୦/୯

ଅାଡିଲେଡ୍  : ଅାଡିଲେଡ୍ ଟେଷ୍ଟରେ ପାଳି ସମ୍ଭାଳିଲେ ଚେତେଶ୍ୱର ପୂଜାରା। ବ୍ୟକ୍ତିଗତ ଶତକ ହାସଲ କରିବା ପରେ ସମ୍ମାନଜନକ ରନ ସଂଗ୍ରହ କରିପାରିଛି ଟିମ୍ ଇଣ୍ଡିଅା। ପୂଜାରା ୨୪୬ ବଲରୁ ୧୨୩ ରନ୍‌ କରି ରନ୍‌ ଅାଉଟ ହୋଇଥିଲେ। 

 

ଅାଜି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୯ ଓ୍ୱିକେଟ ହରାଇ ୨୫୦ ରନ୍‌ ସଂଗ୍ରହ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍ ଇଣ୍ଡିଅାର ବ୍ୟାଟସମ୍ୟାନ୍ କଙ୍ଗାରୁ ପେସ୍‌ ବାହିନୀର ସଫଳ ମୁକାବିଲା କରିପାରିନଥିଲା।

 

ଭାରତ ପ୍ରଥମରୁ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ମାତ୍ର ୩ ରନ୍‌ରେ ପ୍ରଥମ ୱିକେଟର ପତନ ପରେ ଭାରତ ୧୫ରନ୍‌ରେ ଦ୍ୱିତୀୟ ୱିକେଟ ହରାଇଥିଲା। ଅଧିନାୟକ ବିରାଟ କୋହଲି ମାତ୍ର ୩ରନ୍‌ କରି ପାଭିଲିୟନ ଫେରିଥିଲେ।

 

ପ୍ରଥମ ଦିନ ମଧ୍ୟାହ୍ନ ବିରତି ବେଳକୁ ଟିମ୍‌ ଇଣ୍ଡିଅା ୫୬ରନ୍‌ରେ ୪ଟି ୱିକେଟ ହରାଇଥିଲା। ଏହାପରେ ରୋହିତ ଶର୍ମା ପାଳି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଏପରିକି ଅଷ୍ଟ୍ରେଲୀୟ ବୋଲରଙ୍କ ସଫଳ ମୁକାବିଲା କରି ସେ ତିନିଟି ଛକା ମାରିଥିଲେ। କିନ୍ତୁ ଦାୟିତ୍ୱହୀନ ସଟ୍ ଖେଳି ମାତ୍ର ୩୭ ରନରେ ଅାଉଟ ହୋଇଥିଲେ।

You might also like