ଆଇସିସି ଆୱାର୍ଡ ୨୦୧୯: ବାଜି ମାରିଲେ ୩ ଇଣ୍ଡିଆନ୍‌ କ୍ରିକେଟ୍‌ ଷ୍ଟାର୍

ନୂଆଦିଲ୍ଲୀ: ଆଇସିସି ଆୱାର୍ଡ୨୦୧୯ରେ ବାଜି ମାରିଛନ୍ତି ଭାରତୀୟ କ୍ରିକେଟର୍। ରୋହିତ ଶର୍ମାଙ୍କୁ ଶ୍ରେଷ୍ଠ ଦିନିକିଆ କ୍ରିକେଟର ଘୋଷଣା କରାଯାଇଥିବାବେଳେ ଟିମ୍ ଇଣ୍ଡିଆର କ୍ୟାପଟେନ ବିରାଟ କୋହଲି ସ୍ପିରିଟ୍ ଅଫ୍  କ୍ରିକେଟ ଆୱାର୍ଡ ଦିଆଯିବ।

ଅନ୍ୟପକ୍ଷରେ ଯୁବ କ୍ରିକେଟର ଦୀପକ ଚହରଙ୍କୁ ଟି-୨୦ ପରଫରମାନ୍ସ ଅଫ୍‌ ଦି ଇଅର ଆୱାର୍ଡ ପାଇଁ ଚୟନ କରାଯାଇଛି। ୨୦୧୯ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଥିବା ଇଂଲଣ୍ଡର ବେନ୍ ଷ୍ଟୋକ୍ସ ପ୍ଲେଆର ଅଫ୍ ଦି ଆୱାର୍ଡ ପାଇବେ। ସେହିଭଳି ଆଉ କେଉଁ ଖେଳାଳିଙ୍କୁ କଣ ପୁରସ୍କାର ଦିଆଯିବ ସଂକ୍ଷେପରେ ଜାଣନ୍ତୁ।

୨୦୧୯ ପାଇଁ ଆଇସିସି ପୁରୁଷ କ୍ରିକେଟ୍ ପୁରସ୍କାର ଘୋଷଣା

ସାର୍ ଗାରଫିଲ୍ଡ ସୋବର୍ସ ଟ୍ରଫି (କ୍ରିକେଟର୍ ଅଫ୍ ଦି ଇୟର): ବେନ୍ ଷ୍ଟୋକ୍ସ (ଇଂଲଣ୍ଡ)
ଟେଷ୍ଟ କ୍ରିକେଟର୍ ଅଫ୍ ଦି ଇୟର୍‌: ପ୍ୟାଟ୍ କମିନ୍ସ (ଅଷ୍ଟ୍ରେଲିଆ)
ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର୍‌: ରୋହିତ୍ ଶର୍ମା (ଭାରତ)
ଟି-୨୦ ପରଫରମାନ୍ସ ଅଫ୍ ଦି ଇୟର୍‌: ଦୀପକ ଚହର୍ (ଭାରତ ୬/୭ ବନାମ ବାଂଲାଦେଶ)
ଏମର୍ଜିଂ କ୍ରିକେଟର୍ ଅଫ୍ ଦି ଇୟର୍‌: ମାର୍ନସ୍ ଲାବୁଶେନ୍ (ଅଷ୍ଟ୍ରେଲିଆ)
ଆସୋସିଏସନ୍ କ୍ରିକେଟର୍ ଅଫ୍ ଦି ଇୟର୍‌: କାଇଲ୍ କୋଏଜର୍ (ସ୍କଟଲ୍ୟାଣ୍ଡ୍‌)
ସ୍ପିରିଟ୍ ଅଫ୍ କ୍ରିକେଟ୍ ପୁରସ୍କାର: ବିରାଟ୍ କୋହଲି
ଡେଭିଡ୍ ଶେଫର୍ ଟ୍ରଫି (ଅମ୍ପାୟାର୍ ଅଫ୍ ଦି ଇୟର୍‌): ରିଚାର୍ଡ ଇଲିଙ୍ଗୱର୍ଥ

You might also like