ଆଜି ଏଲିମିନେଟର, ବିଜୟୀ ଟିମ୍‌ ଦିଲ୍ଲୀକୁ ଭେଟିବ

ଆବୁ ଧାବି: ଚଳିତ ଆଇପିଏଲରେ ଆଜି ସନରାଇଜର୍ସ ହାଇଦ୍ରାବାଦ ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେଉଛନ୍ତି। ଏହି ଏଲିମିନେଟର ମ୍ୟାଚରେ ଟସ୍ ଜିତି ହାଇଦ୍ରାବାଦ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ।

ଏହି ମ୍ୟାଚରେ ଜବରଦସ୍ତ ଫର୍ମରେ ଥିବା ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଦ୍ଧିମାନ ସାହାଙ୍କୁ ଆହତ କାରଣରୁ ହାଇଦ୍ରାବାଦ ଟିମ୍‌ରୁ ବାଦ୍ ଦେଇଛି। ତାଙ୍କ ସ୍ଥାନରେ ଶ୍ରୀବତ୍ସ ଗୋସ୍ୱାମୀ ଖେଳିବେ। ସେହିପରି ଆରସିବି ଦଳରେ ମଧ୍ୟ ଏକାଧିକ ପରିବର୍ତ୍ତନ କରିଛି।

କ୍ରିସ୍ ମୋରିସ୍‌ଙ୍କୁ ଆହତ କାରଣରୁ ବାଦ୍ ଦିଆଯାଇଥିବା ବେଳେ ତାଙ୍କ ସ୍ଥାନରେ ଆଡାମ ଜାମ୍ପାଙ୍କୁ ଦଳରେ ସାମିଲ କରାଯାଇଛି। ସେହିପରି ଜୋଶ୍ ଫିଲିପ, ଶାହାବାଜ ନଦୀମ ଓ ଇସୁରୁ ଉଦାନାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ସେମାନଙ୍କ ସ୍ଥାନରେ ଆରୋନ୍ ଫିଞ୍ଚ୍, ନଭଦୀପ ସାଇନି ଓ ମୋଇନ୍ ଅଲୀ ସାମିଲ୍‌ ହୋଇଛନ୍ତି।

ସୂଚନାଯୋଗ୍ୟ, ଏହି ମ୍ୟାଚର ବିଜେତା ଟିମ୍ କ୍ୱାଲିଫାୟର-୨ରେ ଦିଲ୍ଲୀ କ୍ୟାପିଟାଲ୍ସକୁ ଭେଟିବ। ଦିଲ୍ଲୀ ଟିମ୍ ପ୍ରଥମ କ୍ୱାଲିଫାୟରରେ ମୁମ୍ବାଇ ଇଣ୍ଡିଆନ୍ସ ନିକଟରୁ ପରାସ୍ତ ହୋଇଥିଲା।

ସାମ୍ଭାବ୍ୟ ଏକାଦଶ:

ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର- ଆରୋନ୍ ଫିଞ୍ଚ, ଦେବଦତ୍ତ ପାଡିକ୍କଲ, ବିରାଟ କୋହଲି (କ୍ୟା), ଏବି ଡି ଭିଲିୟର୍ସ (କିପର), ମୋଏନ୍ ଅଲି, ୱାଶିଂଟନ୍ ସୁନ୍ଦର, ଶିବମ୍ ଦୁବେ, ନବଦୀପ ସାଇନି, ଆଦାମ ଜାମ୍ପା, ମହମ୍ମଦ ସିରାଜ, ୟୁଜଭେନ୍ଦ୍ର ଚହଲ।

ସନରାଇଜର୍ସ ହାଇଦ୍ରାବାଦ: ଡେଭିଡ ୱାର୍ଣ୍ଣର (କ୍ୟା), ଶ୍ରୀବତ୍ସ ଗୋସ୍ୱାମୀ (କିପର), ମନୀଷ ପାଣ୍ଡେ, କେନ୍ ୱିଲିୟମସନ, ପ୍ରିୟମ ଗର୍ଗ, ଜେସନ ହୋଲ୍ଡର, ଅବଦୁଲ ସମାଦ, ରସିଦ ଖାନ, ଶାହାବାଜ ନଦୀମ, ସନ୍ଦୀପ ଶର୍ମା, ଟି ନାଟାରାଜନ

 

ଆହୁରି ପଢ଼ନ୍ତୁ

ICCର ଏହି ପୁରସ୍କାର ଦୌଡ଼ରେ ବିରାଟ; ରୋହିତ, ଅଶ୍ୱନୀ ଓ ଧୋନୀ ବି ପୁରସ୍କାର ତାଲିକାରେ ସାମିଲ୍‌

୨୦୨୩କୁ ଘୁଞ୍ଚିଲା ଟି-ଟ୍ୱେଣ୍ଟି ମହିଳା ବିଶ୍ୱକପ

କାଳିପୂଜାରେ ଯୋଗ ଦେବା ପରେ ମିଳିଲା ହତ୍ୟା ଧମକ; କ୍ଷମା ମାଗିଲେ ବାଂଲାଦେଶ କ୍ରିକେଟ୍‌ କ୍ୟାପ୍ଟେନ୍ ଶାକିବ ଅଲ ହସନ

ପୂର୍ବତନ କ୍ରିକେଟରଙ୍କ ଆତ୍ମହତ୍ୟା

କ୍ରିକେଟର୍ କ୍ରୁନାଲ ପାଣ୍ଡ୍ୟାଙ୍କ ଠାରୁ ଜବତ ହେଲା ବହୁ ମୂଲ୍ୟର ହାତଘଣ୍ଟା

ଅଷ୍ଟ୍ରେଲିଆରେ ପହଞ୍ଚିଲା ବିରାଟ ବାହିନୀ

ଧୋନି କରିବେ କୁକୁଡ଼ା ଫାର୍ମ

ମୁମ୍ବାଇ ମୁଣ୍ଡରେ ଆଇପିଏଲ୍‌ ମହା ମୁକୁଟ

୧୫୭ ରନ୍‌ର ଟାର୍ଗେଟ୍‌ ନେଇ ପଡ଼ିଆକୁ ଓହ୍ଲାଇଲା ମୁମ୍ୱାଇ

IPL 2020: ଫାଇନାଲ ମ୍ୟାଚ୍‌ ପୂର୍ବରୁ ମୁମ୍ବାଇକୁ ଚେତାବନୀ ଦେଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ଆଜି IPL ମହାସମର: ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ବାଇ

ଭାରତୀୟ ଟେଷ୍ଟ ଦଳରେ ସାମିଲ ହେଲେ ରୋହିତ୍, ଫେରିଆସିବେ ବିରାଟ !

You might also like