ଆଜିଠାରୁ ହକି ବିଶ୍ୱକପ୍ ମହା ଲଢ଼େଇ

ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ୍ ଟକ୍କର। ବିଶ୍ୱକପ୍‌ର ପ୍ରଥମ ଦିନରେ ଆୟୋଜକ ଭାରତ ଆଜି ଦକ୍ଷିଣ ଆଫ୍ରିକାକୁ ଭେଟିବ। ପୁଲ୍-‘ସି’ର ଏହି ମ୍ୟାଚ୍ ଆଜି ସଂଧ୍ୟା ୭ଟାରେ ଖେଳାଯିବ।

ସେହିପରି ଉଦ୍‌ଘାଟନୀ ମ୍ୟାଚ୍‌ରେ କାନାଡ଼ା ଓ ବେଲ୍‌ଜିୟମ୍ ମଧ୍ୟରେ ଟକ୍କର ଦେଖିବାକୁ ମିଳିବ। ଏହି ମ୍ୟାଚ୍ ଅପରାହ୍ନ ୫ଟାରେ ଖେଳାଯିବ।

ବିଶ୍ୱକପ୍‌ରେ ମୋଟ ୩୬ଟି ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଏଥିରେ ମୋଟ୍ ୧୬ଟି ଟିମ୍ ଭାଗ ନେଇଛନ୍ତି। ତେବେ ଡିସେମ୍ବର୍ ୧୬ ତାରିଖରେ ଗ୍ରାଣ୍ଡ୍‌ ଫିନାଲେ ଅନୁଷ୍ଠିତ ହେବ।

You might also like