ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଫାଇନାଲ ମୁକାବିଲା

ବେଲଜିୟମକୁ ଟକ୍କର ଦେବ ନେଦରଲାଣ୍ଡସ

ଭୁବନେଶ୍ୱର : ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ୍ ଫାଇନାଲ ମୁକାବିଲା ହେବ। ଏହି ମହା ମୁକାବିଲାରେ ବେଲଜିୟମକୁ ଟକ୍କର ଦେବ ନେଦରଲାଣ୍ଡସ। ସେହିପରି ଆଜି ତୃତୀୟ ଓ ଚତୁର୍ଥ ସ୍ଥାନ ପାଇଁ ମଧ୍ୟ ଲଢେଇ ହେବ।

ସେମିରେ ହାରିଥିବା ଦୁଇ ଦଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ପରସ୍ପରକୁ ଭେଟିବେ। ଗତକାଲି ନେଦରଲାଣ୍ଡସ ଏକ କଡ଼ା ମୁକାବିଲାପୂର୍ଣ୍ଣ ମ୍ୟାଚ୍‌ରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଛି। ନିର୍ଦ୍ଦିଷ୍ଟ ସମୟ ଅବଧିରେ ଉଭୟ ଟିମ୍ ପରସ୍ପରକୁ ଦୁଇଟି ଲେଖାଏଁ ଗୋଲ ଦେଇଥିଲେ।

ମ୍ୟାଚ୍ ବରାବର ସ୍ଥିତିରେ ରହିବାରୁ ଫଳାଫଳ ପାଇଁ ପେନାଲଟି ସୁଟ୍ ଆଉଟର ସହାୟତା ନିଆଯାଇଥିଲା। ପେନାଲଟି ସୁଟ୍ ଆଉଟରେ ମଧ୍ୟ ଦୁଇ ଦଳ ଲଢୁଆ ପ୍ରଦର୍ଶନ କରିଥିଲେ ବି ଶେଷରେ ନେଦରଲାଣ୍ଡସ ବିଜୟ ହୋଇଥିଲା।

ଗତକାଲି ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲରେ ଇଂଲଣ୍ଡକୁ ୬-୦ ଗୋଲରେ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା ଶକ୍ତିଶାଳୀ ବେଲଜିୟମ। ବିଶ୍ୱ ମାନ୍ୟତାରେ ତୃତୀୟ ସ୍ଥାନରେ ଥିବା ବେଲଜିୟମ ଚିତାକର୍ଷକ ଖେଳ ପ୍ରଦର୍ଶନ କରି ଏକତରଫା ଭାବେ ବିଜୟ ହାସଲ କରିଥିଲା।

You might also like