ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଚାଲିଛି ପ୍ରଥମ ମୁକାବିଲା

ଭୁବନେଶ୍ୱର : ଆଜି ପ୍ରଥମ ମୁକାବିଲା ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଚାଲିଛି। ବିଶ୍ୱ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିବା ବେଲଜିୟମ ଟିମ୍ ପ୍ରଥମ ଥର ସେମିଫାଇନାଲରେ ପହଞ୍ଚିଛି। ଏହା ପୂର୍ବରୁ ଦଳର ଶ୍ରେଷ୍ଠ ପ୍ରଦର୍ଶନ ଗତ ବିଶ୍ୱକପ୍‌ରେ ଥିଲା। ୨୦୧୪ରେ ହଗ୍‌ରେ ଖେଳାଯାଇଥିବା ବିଶ୍ୱକପ୍‌ରେ ୫ମ ସ୍ଥାନ ହାସଲ କରିଥିଲା।

ତେବେ ୨୦୧୬ ରିଓ ଅଲିମ୍ପିକ୍ସରେ ସିଲଭର ମ଼େଡାଲ ଜିତିଥିବା ବେଲଜିୟମ୍ ଚଳିତ ବିଶ୍ୱକପ୍‌ରେ ନିଜର ପ୍ରଦର୍ଶନକୁ ଆହୁରି ଉନ୍ନତ କରିବା ଲକ୍ଷ୍ୟରେ ରହିଛି। ସେହିପରି ୧୯୮୬ ମସିହା ପରେ ପୁଣି ଥରେ ଫାଇନାଲ ଖେଳିବାକୁ ଲକ୍ଷ୍ୟ ରଖିଛି ଟିମ୍‌ ଇଂଲଣ୍ଡ।

ବିଶ୍ୱ ମାନ୍ୟତାରେ  ସପ୍ତମ ସ୍ଥାନରେ ଥିବା ଇଂଲିଶ ଟିମ୍ ଲଗାତର ଭାବେ ଉନ୍ନତ ପ୍ରଦର୍ଶନ କରି ଆସୁଛି। ଲିଗ୍ ପର୍ଯ୍ୟାୟରେ ସେତେ ଦମ୍ ଦେଖାଇ ପାରି ନ ଥିଲେ ବି ଇଂଲଣ୍ଡ ଦଳ କ୍ରସ୍‌ ଓଭରରେ ନ୍ୟୁଜିଲାଣ୍ଡ ଓ କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ହରାଇ ସେମିଫାଇନାଲକୁ ଆସିଛି।

You might also like