ବିଶ୍ୱକପ୍‌ ହକି ପାଇଁ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ

ଭୁବନେଶ୍ୱର: ବିଶ୍ୱକପ୍‌ ହକି ପାଇଁ ଆଜିଠୁ ଅଫ୍‌ଲାଇନ୍‌ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି। କଳିଙ୍ଗ ଷ୍ଟାଡିୟମ ୯ ନମ୍ବର ଗେଟ୍ ନିକଟ କାଉଣ୍ଟରରେ ଟିକେଟ୍ ବିକ୍ରି ଆରମ୍ଭ ହୋଇଛି।

ଦିନ ୧୦ଟାରୁ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଚାଲିବ। ହକି ପ୍ରେମୀମାନେ ଆଜିଠୁ କାଉଣ୍ଟରରୁ ଟିକେଟ୍ ସଂଗ୍ରହ କରିପାରିବେ।

ସେହିଭଳି ଭୁବନେଶ୍ୱରର ଆଉ କିଛି ସ୍ଥାନ ଓ କଟକରେ ଦୁଇଟି ଜାଗାରେ ବି ଟିକେଟ୍ ବିକ୍ରି ବ୍ୟବସ୍ଥା ହୋଇଛି।

ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଲାଗି ଟିକେଟ୍‌ର ମୂଲ୍ୟ ୧୦୦ ଓ ୨୦୦ ଟଙ୍କା ରହିଛି। ତେବେ ନକ୍‌ଆଉଟ୍, ସେମି ଓ ଫାଇନାଲ ମ୍ୟାଚ୍‌ ବେଳକୁ ଟିକେଟ୍ ମୂଲ୍ୟ ୫୦ ଟଙ୍କା ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

You might also like
Comments
Loading...