ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ୱକପ ; ଜାଣନ୍ତୁ କେଉଁ ପୁଲ୍‌ରେ କେଉଁ ଟିମ୍‌ ରହିଛି

ଟ୍ରଫି ପାଇଁ ଲଢିବେ ଭାରତ ସମେତ ୧୬ ରାଷ୍ଟ୍ର

ଭୁବନେଶ୍ୱର  : ଭୁବନେଶ୍ୱର ବିଶ୍ୱକପ୍ ହକିରେ ଭାଗ ନେଇଛନ୍ତି ବିଶ୍ୱର ଟପ୍ ୧୬ଟି ଟିମ୍। ଏହି ଟିମ୍ ଗୁଡିକୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି। ପୁଲ୍ ଏ-ରେ ଅଛନ୍ତି ଅାର୍ଜେଣ୍ଟିନା, ସ୍ପେନ୍, ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ। ଏହି ପୁଲ୍‌ରୁ ଅଲିମ୍ପିକ୍ ଚାମ୍ପିୟନ୍ ଅାର୍ଜେଣ୍ଟିନାକୁ ହଟ୍ ଫେଭରାଇଟ୍ ବୋଲି  କୁହାଯାଉଛି।

ସେହିପରି ପୁଲ୍ ବି-ରେ ଅଛନ୍ତି ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଅା,  ଇଂଲଣ୍ଡ, ଅାୟରଲାଣ୍ଡ ଏବଂ ଚାଇନା।  ବିଶ୍ୱ ରାକିଂର ନମ୍ବର ୧ ସ୍ଥାନରେ ଥିବା ଅଷ୍ଟ୍ରେଲିଅା ପାଇଁ  ଏହା ଏକ ସହଜ ଗ୍ରୁପ୍। ପୁଲ୍ ସି-ରେ ଅଛନ୍ତି ବେଲଜିୟମ୍, ଅାୟୋଜକ ଭାରତ, କାନାଡା ଏବଂ ସାଉଥ୍ ଅାଫ୍ରିକା।

ଗ୍ରୁପରେ ଅଲିମ୍ପିକ୍ସ ସିଲଭର୍ ମେଡାଲ୍ ପାଇଥିବା ବେଲଜିୟମକୁ କଡ଼ା ଟକ୍କର ଦେବ ଭାରତ। ତେବେ ପୁଲ୍-ଡିକୁ ଗ୍ରୁପ୍ ଅଫ୍ ଡ଼େଥ୍ ବୋଲି କୁହାଯାଉଛି। ପୂର୍ବତନ ଚାମ୍ପିୟନ୍ ନେଦରଲାଣ୍ଡସ, ଜର୍ମାନୀ ଓ ପାକିସ୍ତାନ ସହ ଅଛି ଏସିଅାର ଅନ୍ୟତମ ଶକ୍ତିଶାଳୀ ଟିମ୍ ମାଲେସିଅା। ଏହି ଗ୍ରୁପ୍‌ରୁ କିଏ ନକ୍ଅାଉଟ୍‌କୁ ଯିବ ତାହା ଅାକଳନ କରିବା କଷ୍ଟକର ହୋଇପଡିଛି।

You might also like