ହକି ବିଶ୍ୱକପ୍ : ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କଲା ନେଦରଲ୍ୟାଣ୍ଡସ୍

ଭୁବନେଶ୍ୱର : ବିଶ୍ୱକପ୍ ପୁରୁଷ ହକି ପୁଲ୍-ଡିର ଶେଷ ଲିଗ୍‌ ମ୍ୟାଚ୍‌ରେ ପାକିସ୍ତାନକୁ ୫-୧ ଗୋଲରେ ପରାସ୍ତ କରିଛି ନେଦରଲ୍ୟାଣ୍ଡସ୍‌। ତେବେ ଏହି ମ୍ୟାଚ୍‌ରେ ପରାସ୍ତ ହୋଇ ବି ପାକିସ୍ତାନ କ୍ରସ୍‌ ଓଭର ମ୍ୟାଚ୍‌ ଖେଳିବ। କ୍ରସ୍‌ ଓଭର ମ୍ୟାଚ୍‌ରେ ପାକିସ୍ତାନ-ବେଲଜିୟମ ମଧ୍ୟରେ ମୁକାବିଲା ହେବ।

ସେପଟେ ପାକିସ୍ତାନକୁ ୫-୧ ଗୋଲରେ ଶେଷ ଲିଗ୍‌ ମ୍ୟାଚ୍‌ରେ ହରାଇଥିବା ନେଦରଲ୍ୟାଣ୍ଡସ କ୍ରସ୍‌ ଓଭର ମ୍ୟାଚ୍‌ରେ କାନାଡାକୁ ଭେଟିବ। ଆଜି କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ପୁଲ୍-ଡିର ପ୍ରଥମ ଲିଗ୍‌ ମ୍ୟାଚରେ ଜର୍ମାନୀ ମାଲେସିଆକୁ ୫-୩ ଗୋଲରେ ପରାସ୍ତ କରି ସିଧା କ୍ୱାର୍ଟର ଫାଇନାଲରେ ସ୍ଥାନ ପକ୍କା କରିଛି।

ଏହି ମ୍ୟାଚରେ ପରାସ୍ତ ହୋଇଥିବା ମାଲେସିଆର ବିଶ୍ୱକପ୍ ଅଭିଯାନ ଆଜି ଶେଷ ହୋଇଛି।

 

You might also like