ବିଶ୍ୱକପ୍ ପୁରୁଷ ହକି ପାଇଁ କାର୍ଯ୍ୟସୂଚୀ ପ୍ରକାଶ

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱରରେ ହେବାକୁ ଥିବା ବିଶ୍ୱକପ୍ ପୁରୁଷ ହକି ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି ।  ଭାରତ ପୁଲ Cରେ ସ୍ଥାନ ପାଇଛି।

ଭାରତ ସହ ଏହି ଗ୍ରୁପରେ ଦକ୍ଷିଣ ଆଫ୍ରିକା, ବେଲଜିୟମ, କାନାଡା ମଧ୍ୟ ସ୍ଥାନ ପାଇଛନ୍ତି।  ଏହି ବିଶ୍ୱକପରେ ୧୬ଟି ଟିମ୍ ଭାଗ ନେବେ।  ୧୬ଟି ଟିମକୁ ୪ଟି ପୁଲରେ ବିଭକ୍ତ କରାଯାଇଛି।  ପ୍ରତ୍ୟେକ ପୁଲରେ ୪ଟି ଟିମ୍ ରହିବେ।

ଚଳିତ ବର୍ଷ ନଭେମ୍ବର ୨୮ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱ ହକିର ଏହି ମହାକୁମ୍ଭ ଆରମ୍ଭ ହେବ। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ପୁଲ୍ ପର୍ଯ୍ୟାୟ ମ୍ୟାଚ ଖେଳାଯିବ।  ପ୍ରତ୍ୟେକ ଦିନ ଦୁଇଟି ଲେଖାଏଁ ମ୍ୟାଚ ହେବ।  ଡିସେମ୍ବର ୧୬ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।

You might also like